ଭାରତ ଏକ ବହୁ ପ୍ରଦେଶୀ, ବହୁଭାଷୀ, ବହୁ ଆହାରୀ, ବହୁ ବ୍ୟବହାରୀ ଦେଶ ହୋଇଥିବାରୁ ଏଠାରେ ଅନେକ ପ୍ରକାରର ଭିନ୍ନତା ଦେଖାଦେଇଥାଏ । ଖାଦ୍ୟାହାରକୁ ନେଇ ରାଜନୀତି, ମତଭେଦ, ସଂଘର୍ଷ ମଧ୍ୟ ଘଟିଥାଏ । ଖାଦ୍ୟ ଗ୍ରହଣକୁ କେନ୍ଦ୍ର କରି କିଛି ଲୋକ ନିକଟରେ ସୂର୍ଯ୍ୟପରାଗ କାଳରେ ନିଜର ଅହଂ ପ୍ରଧାନ ବୌଦ୍ଧିକତାକୁ ପ୍ରଦର୍ଶନ କରିବାକୁ ଗଣମାଧ୍ୟମକୁ ମାଧ୍ୟମ କରିଥିଲେ, ଅନ୍ୟମାନେ ମୂର୍ଖ ବୋଲି ଦର୍ଶାଇବାକୁ ଚେଷ୍ଟା କରିଥିଲେ । ଏଠି ହିନ୍ଦୁମାନେ କଛା ଭିଡି ମନ୍ଦିରକୁ ଗଲାବେଳେ ମୁସଲିମ ଲୋକେ କଛା ଖୋଲି ମସଜିଦ୍କୁ ଯାଇଥାଆନ୍ତି । ମନ୍ଦିରରେ ପୁରୁଷ-ସ୍ତ୍ରୀ ପ୍ରବେଶ କରିପାରୁଥିବା ସ୍ଥଳେ ମସ୍ଜିଦରେ କେବଳ ପୁରୁଷଙ୍କୁ ପ୍ରବେଶାଧିକାର ଥିବା ଦେଖିବାକୁ ମିଳୁଛି ।
ସେମିତି ଗତ କିଛି ବର୍ଷ ହେଲା ମାଂସାହାରକୁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟିହେବା ଦେଖିବାକୁ ମିଳୁଛି । ପୂର୍ବେ ମାଂସାହାରୀମାନଙ୍କୁ ଗ୍ରାମରୁ ବିତାଡିତ କରାଯାଉଥିଲା ଏବଂ ଯେଉଁମାନେ ମାଂସାହାର କରୁଥିଲେ ସେମାନଙ୍କୁ ମନ୍ଦିର ପ୍ରବେଶ ଅଧିକାରରୁ ଅଲଗା କରାଯାଉଥିଲା । ସେମାନେ ଗ୍ରାମରୁ ବାହାରେ ଯାଇ ରହୁଥିଲେ । ସମାଜରେ ଖାଦ୍ୟାହାରର ଭିନ୍ନତାକୁ କେନ୍ଦ୍ରକରି ସ୍ପୃଶ୍ୟ ଅସ୍ପୃଶ୍ୟ ମତଭେଦ ସୃଷ୍ଟି ହୋଇଥିଲା । ସେହି ମତଭେଦ ଏବେ ଅବଶ୍ୟ ଦେଖିବାକୁ ମିଳୁନାହିଁ । କାରଣ ସମାଜର ବଡବର୍ଗ ଏପରିକି ଭାରତର ଅଧିକାଂଶ ପ୍ରଦେଶରେ ମାଂସାହାର ଏକ ଲୋକପ୍ରିୟ ବ୍ୟବସ୍ଥାରେ ପରିଣତ ହୋଇଛି । ଆହାରକୁ କେନ୍ଦ୍ରକରି ସ୍ପୃଶ୍ୟ-ଅସ୍ପୃଶ୍ୟ ବିଚାରକଲେ ସତୁରି ପ୍ରତିଶତ ସମାଜ ଅସ୍ପୃଶ୍ୟ ହୋଇଯିବ । ତେଣୁ ପଶୁହତ୍ୟାକୁ ଆଉ ବଡକଥା ବା ଦୋହାବହ ବୋଲି କେହି ଚିନ୍ତା କରୁନାହାନ୍ତି ।
ଏହିକ୍ରମରେ ଚୀନର ଲୋକେ ଆଉ ଦୁଇପାଦ ଆଗକୁ ଯାଇ ସାରା ବିଶ୍ୱରୁ କୁକୁର, ମାଙ୍କଡ, ମୂଷା, ବିଲେଇ, ସାପ, ସାମୁଦ୍ରିକ ଜୀବ ଆଦି ସଂଗ୍ରହ କରିବାରେ ବ୍ୟସ୍ତ । ନିକଟରେ ପାକିସ୍ତାନକୁ କୁକୁର ରପ୍ତାନୀ କରିବା ପାଇଁ ଚୀନ ପ୍ରସ୍ତାବ ଦେଇଛି । ଚୀନରେ ଗଧମାଂସର ଚାହିଦା ଅଧିକ ଥିବାରୁ ପାକ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗଧ ରପ୍ତାନୀ ଉପରେ ଜୋର ଦେଇଥିଲେ । ସେମିତି ଆଫ୍ରିକାର ଲୋକଙ୍କ ମଧ୍ୟରେ ମାଙ୍କଡ ମାଂସ ଖାଇବା ଆଗ୍ରହ ଅଧିକ ଥିବାରୁ ସେଠାକାର ଜଙ୍ଗଲଗୁଡିକରେ ମାଙ୍କଡଙ୍କ ସଂଖ୍ୟା ହ୍ରାସ ପାଇଛି । ଭାରତର ଉ ରପୂର୍ବ ରାଜ୍ୟମାନଙ୍କରେ କୁକୁରମାଂସ ବେଶ୍ ଲୋକପ୍ରିୟ ଖାଦ୍ୟ ହୋଇଥିବାରୁ ନାଗା ଲୋକେ ଏକ ସ୍ୱତନ୍ତ୍ର କାଠି ଯୋଗେ ଅତିକମ୍ ସମୟରେ ଯେ କୌଣସି କୁକୁରକୁ ଶିକାର କରିବାକୁ ସକ୍ଷମ ହୋଇଥାଆନ୍ତି । ସେମାନଙ୍କ ଘର ଚାରିପାଖେ କାନ୍ଥରେ ପଶୁଙ୍କ ମୁଣ୍ଡ ବହୁସଂଖ୍ୟାରେ ସଜ୍ଜା ହୋଇ ରହିଥାଏ । ଯେତେ ଅଧିକ ପଶୁମୁଣ୍ଡ ଯିଏ ନିଜର ଘର ଚାରିପାଖେ ସଜ୍ଜାଇ ପାରିଲା ସେ ଅଧିକ ଭାଗ୍ୟବାନ ହେବ ବୋଲି ବିଚାର କରାଯାଏ । ନିକଟରେ କେରଳର ଜଣେ ମୁସଲମାନ ବ୍ୟକ୍ତି ବର୍ଷ ବର୍ଷ ଧରି ମହିଳାମାନଙ୍କୁ ହତ୍ୟା କରିବା ପରେ ସେମାନଙ୍କ ଯୌନାଙ୍ଗକୁ କାଟି ଫ୍ରିଜ୍ରେ ସାଇତି ରଖି ଖାଇବା ଘଟଣା ନିକଟରେ ପୁଲିସ ଦୃଷ୍ଟିକୁ ଆସିଛି । ଆଫ୍ରିକାର ନରପିଶାଚ ଭାବେ ପରିଚିତ ଶାସକ ଇଦି ଅମିନଙ୍କର ମହିଳାଙ୍କ କଟା ସ୍ତନ ଖାଇବାରେ ଅଧିକ ଆଗ୍ରହ ଥିଲା ବୋଲି ଜଣାଯାଏ ।
ଯୁଦ୍ଧ ସଂଘର୍ଷକୁ ସମ୍ମୁଖୀନ ହେବା ଲୋକେ ମାଂସାହାରୀ ହୋଇଥାନ୍ତି ବୋଲି ସାଧାରଣତଃ ଭୁଲ ଧାରଣା ରହିଛି । କିନ୍ତୁ ହଜାର ହଜାର ବର୍ଷର ଯୁଦ୍ଧକୁ ସାମ୍ନା କରିଆସିଥିବା ଉ ର ପଶ୍ଚିମ ଭାରତର ଲୋକେ ବୈଦେଶିକ ଆକ୍ରମଣକୁ ସାମ୍ନା କରିନଥିବା ଅ ଳଠାରୁ ଅଧିକ ଶାକାହାରୀ ବୋଲି ଜଣାପଡିିଛି । ମହାଭାରତ ଯୁଦ୍ଧର କେନ୍ଦ୍ର କୁରୁକ୍ଷେତ୍ର ହରିୟାଣାରେ ରହିଛି, ହେଲେ ଭାରତରେ ଶାକାହାରୀଙ୍କ ସଂଖ୍ୟା ଦୃଷ୍ଟିରୁ ଏହି ରାଜ୍ୟର ସ୍ଥାନ ଦ୍ୱିତୀୟରେ ରହିଛି । ଶାକାହାରୀଙ୍କ ସଂଖ୍ୟାରେ ଅଗ୍ରଣୀ ରହିଥିବା ରାଜ୍ୟଗୁଡିକ ହେଲେ (ପ୍ରତିଶତ ହିସାବରେ) ରାଜସ୍ଥାନ (୭୫), ହରିୟାଣା (୭୦), ପଞ୍ଜାବ (୬୩), ଗୁଜରାଟ (୬୧), ହିମାଚଳ ପ୍ରଦେଶ (୫୩), ମଧ୍ୟପ୍ରଦେଶ (୫୧), ଉ ର ପ୍ରଦେଶ (୪୭), ଦିଲ୍ଲୀ (୪୦), ମହାରାଷ୍ଟ୍ର (୪୦), ଲଦ୍ଦାଖ (୩୧), ଜାମ୍ମୁ ଓ କାଶ୍ମିର (୩୧), କର୍ଣ୍ଣାଟକ(୨୧), ଆସାମ (୨୦.୬), ଛତିଶଗଡ (୧୮), ସିକିମ (୧୨),ମଣିପୁର (୧୧) ।
ଦକ୍ଷିଣ ପୂର୍ବ ଏବଂ ଉ ର ପୂର୍ବ ରାଜ୍ୟଗୁଡିକରେ ଶାକାହାରୀଙ୍କ ସଂଖ୍ୟା ୧୦ ପ୍ରତିଶତରୁ ମଧ୍ୟ କମ୍ ରହିଛି । ଏହି ରାଜ୍ୟଗୁଡିକ ମଧ୍ୟରେ ତ୍ରିପୁରା (୮), ବିହାର (୭.୫), ମିଜୋରାମ(୬), ମେଘାଳୟ (୫)ରେ ପା ବା ପା ରୁ ଅଧିକ ପ୍ରତିଶତ ଶାକାହାରୀ ଥିଲାବେଳେ ୫ ପ୍ରତିଶତରୁ କମ୍ ଶାକାହାରୀ ଥିବା ରାଜ୍ୟଗୁଡିକ ହେଲେ ଅରୁଣାଚଳ ପ୍ରଦେଶ (୪), ଝାଡଖଣ୍ଡ (୩), କେରଳ (୩), ଓଡିଶା (୨.୬), ତାମିଲନାଡୁ (୨.୩), ନାଗାଲାଣ୍ଡ(୨), ତେଲେଙ୍ଗାନା (୧.୭), ପଶ୍ଚିମବଙ୍ଗ (୧.୪), ଆନ୍ଧ୍ରପ୍ରଦେଶ (୧.୩) ।
ସେମିତି ବିଶ୍ୱରେ ଶାକାହାରୀ ସଂଖ୍ୟା ଦେଖିଲେ (ପ୍ରତିଶତ ହିସାବରେ) ଆର୍ଜେ ିନା (୧୨), ଅଷ୍ଟ୍ରେଲିଆ (୧୨.୧), ବେଲଜିୟମ (୭), ବ୍ରାଜିଲ (୧୪), କାନାଡା (୭.୬), ଚିଲି (୬), ଚୀନ (୪୍.୫), କଲମ୍ବିଆ (୪), ଚେକ୍ ରିପବ୍ଲିକ(୫), ଡେନମାର୍କ (୧୦), ଫିନଲାଣ୍ଡ (୧୨), ଇସ୍ତୋନିଆ (୬), ଜର୍ମାନୀ (୧୦), ଗ୍ରୀସ (୪), ହଙ୍ଗେରୀ (୫), ଆୟରଲାଣ୍ଡ (୮.୪), ଜାପାନ (୯), ଲାଟଭିଆ (୫), ଲିଥୁଆନିଆ (୬), ନେଦରଲାଣ୍ଡ (୫), ନରୱେ (୯), ଫିଲିପାଇନ୍ସ (୫),ସିଙ୍ଗାପୁର (୭), ସ୍ୱିଡେନ(୧୨), ତାଇୱାନ (୧୩), ଭିଏତନାମ (୧୦), ଆମେରିକା (୫), ୟୁକ୍ରେନ (୫.୨), ବ୍ରିଟେନ (୧୦), ନିଉଜିଲାଣ୍ଡ (୧୦)ରେ କିଛି କିଛି ଶାକାହାରୀ ରହିଛନ୍ତି । ଇସ୍ରାଏଲରେ (୧୩) ପ୍ରତିଶତ ଶାକାହାରୀ ରହିଛନ୍ତି ।
ବିଶ୍ୱରେ ଭାରତର ଶାକାହାରୀ ସଂଖ୍ୟା ୨୩ପ୍ରତିଶତରୁ ଅଧିକ ରହିଥିବାର କୁହାଯାଉଛି । କିନ୍ତୁ ଏହି ସଂଖ୍ୟାରେ କେବଳ ଉ ର ଏବଂ ପଶ୍ଚିମା ଳ ରାଜ୍ୟଗୁଡିକର ଅଂଶ ଅଧିକ ରହିଛି । ବିଶ୍ୱରେ ମୋଟ ଜନସଂଖ୍ୟାର ଏକ ଚତୁର୍ଥାଂଶ ଶାକାହାରୀ ଥିବାରୁ ଭାରତ ସବୁଠୁ ଆଗରେ ରହିଛି । ସେମିତି ଚୀନରେ ଶାକାହାରୀ ବହୁତ କମ୍ । । ସେଠାରେ ପ୍ରାୟ ପ୍ରତ୍ୟେକ ଖାଦ୍ୟ ଏପରିକି ଚିପ୍ସକୁ ମାଂସାହାରରେ ଗଣାଯାଇଥାଏ ।
ଭାରତର ଗୁଜୁରାଟ ପ୍ରଦେଶ ଅନ୍ତର୍ଗତ ଭାବନଗର ଜିଲ୍ଲାରେ ସର୍ବାଧିକ ଶାକାହାରୀ ଥିବା ହିସାବରୁ ଜଣାପଡେ । ଏହି ଜିଲ୍ଲାରେ ଥିବା ପଲିତଣା ଜୈନଙ୍କ ଧାର୍ମିକନଗରୀ ହୋଇଥିବାରୁ ଏଠାରେ ଅଧିକ ସଂଖ୍ୟକ ଶାକାହାରୀ ଦେଖାଯାଇଥାନ୍ତି । ପୃଥିବୀର ସର୍ବାଧିକ ୨ଟି ଶାକାହାରୀ ଜିଲ୍ଲା ମଧ୍ୟରୁ ଏହା ଅନ୍ୟତମ ।
ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩