ଲୋକସେବା ଭବନରୁ ଫାଇଲ୍ ଗାଏବ । ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ ଗାଏବ ହୋଇଯାଇଛି । ଏନେଇ ସୂଚନା ଦେଇଛି ଆଇନ ବିଭାଗ । ଫାଇଲ୍ କେଉଁଆଡ଼େ ଗାଏବ ହେଲା ତନାଘନା କରିବାକୁ ଚିଠି ହୋଇଛି । ଖୋଳତାଡ଼ ପାଇଁ ଆଇନ ବିଭାଗର ସବୁ ସେକସନକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହାକୁ ଗୁରୁତର ସହ ନେଇ ତୁରନ୍ତ ଖୋଜିବା ପାଇଁ ନିର୍ଦ୍ଦେଶ ହୋଇଛି । ବଡ କଥା ହେଲା ହାଇକୋର୍ଟ ମାଗିଥିବା ଫାଇଲ୍ ହୋଇଛି ଗାଏବ । ହାଇକୋର୍ଟ ମାଗିଥିବା ଫାଇଲ୍ ଗାଏବ ପରେ ସନ୍ଦେହ ବଢିଛି। ପ୍ରଶ୍ନ ଉଠୁଛି, ରତ୍ନଭଣ୍ଡାର ଚାବି ଭଳି ଫାଇଲକୁ ଗାଏବ କରାଯାଇନି ତ ? ଫାଇଲ୍ ଗାଏବ ପଛରେ କିଏ ?