The Independence:Who-Is-Religious-Intolerance

ଦୁଇଟି ଘଟଣା ଆମ ସାମନାରେ ରହିଛି । ଗୋଟିଏ ହେଉଛି ବିଜେପିର ଜଣେ ପୁର୍ବତନ ପ୍ରବକ୍ତା ନୁପୁର ଶର୍ମାଙ୍କର ମୁସଲମାନ ଧର୍ମର ଭଗବାନ ମହମ୍ମଦ ପ୍ରଫେଟଙ୍କ ପ୍ରତି ଅପମାନ ଜନକ ବୟାନ ଓ ଆଉ ଗୋଟିଏ ହେଲା ଜଣେ ଚଳଚ୍ଚିତ୍ର ପ୍ରଯୋଜିକା ଲୀନା ମାଣିମେକଲାଇଙ୍କର କାଳୀ ମାତାଙ୍କୁ ନେଇ ଏକ ଆପତି ଜନକ ପୋଷ୍ଟର । ଦୁଇଟି ଯାକ ଘଟଣାରେ ଧାର୍ମୀକ ଆସ୍ଥା ପ୍ରତି ଆଘାତ ହୋଇଛି ଏକଥା ସତ । ହେଲେ ଦୁଇଟି ଯାକ ଘଟଣା ଭିତରେ ଫରକ ଯାହା ଅଛି ତାହା ହେଉଛି ଯେ ମହମ୍ମଦ ପ୍ରଫେଟଙ୍କୁ ଅପମାନ ଘଟଣାରେ ଏବେ ସୁଦ୍ଧା ମୁସଲମାନମାନେ ତିନି ଜଣଙ୍କୁ ଗଳାକାଟି ହତ୍ୟା କରିସାରିଥିବା ବେଳେ କାଳୀଙ୍କ ପ୍ରତି ଅପମାନ ଘଟଣାରେ ସୌଭାଗ୍ୟବସତଃ ସେପରି କିଛି ଅଘଟଣ ହୋଇନାହିଁ । ଆମେ ଲେଖାର ଶୀର୍ଷକ ଧାର୍ମୀକ ଅସହିଷ୍ଣୁ ଏଇଥି ପାଇଁ ରଖିଛୁ କାରଣ ବର୍ତମାନ ସମୟରେ ଧାର୍ମୀକ ଅସହିଷ୍ଣୁତା ଦେଶରେ ଏକ ବଡ ସମସ୍ୟା ଭାବରେ ଦେଖାଦେଲାଣି । ନୁପୁର ଶର୍ମାଙ୍କ ଘଟଣାରେ ତାଙ୍କୁ ତାଙ୍କ ଦଳ ନିଲମ୍ବନ କରିସାରିଛି । ସେ ନିଜେ ମଧ୍ୟ ଏନେଇ କ୍ଷମା ପାର୍ଥନା କରିସାରିଛନ୍ତି । ଜଣେ ଗୋଟିଏ କଥାକୁ ନେଇ କ୍ଷମା ମାଗିସାରିଲା ପରେ ଏହାକୁ ନେଇ ଆଉ ବିବାଦ ହେବା ଉଚିତ୍ କଥା ନୁହେଁ । ହେଲେ କିଛି ଧର୍ମାନ୍ଧତା ମାନେ ଏହା ଗ୍ରହଣ କରିବାକୁ ନାରାଜ । ସେମାନେ ଏନେଇ ଏତେ ଅସହିଷ୍ଣୁ ଓ ସେମାନଙ୍କର ଧାର୍ମୀକ ବର୍ବରତା ଏତେ ଅତ୍ୟଧିକ ହୋଇଛି ଯେ ସେମାନେ ନୁପୁର ଶର୍ମାଙ୍କର କଥାକୁ ସମର୍ଥନ କରୁଥିବା ଲୋକମାନଙ୍କୁ ମଧ୍ୟ ହତ୍ୟା କରିବା ପାଇଁ ପଛାଉ ନାହାନ୍ତି । ହେଲେ କେବଳ କାଳୀମାଙ୍କର ବିବାଦୀୟ ପୋଷ୍ଟର ଘଟଣା ନୁହେଁ ବଂର ଏହା ପୁର୍ବରୁ ଏମିତି ଅନେକ ଚଳଚ୍ଚିତ୍ରରେ ହିନ୍ଦୁ ଦେବାଦେବୀମାନଙ୍କୁ ନାନା ପ୍ରକାରର ଅପମାନ ସୂଚକ ଭାବରେ ପଦର୍ଶିତ କରାଯାଇଛି । ହେଲେ କାହିଁକି କେହି କାହାକୁ ଏନେଇ ହତ୍ୟା କରିବା କଥା କେବେ ଘଟିନାହିଁ । ହେଲେ ମୁସଲମାନମାନେ ଏଭଳି ଧର୍ମାନ୍ଧତା ଓ ଅସହିଷ୍ଣୁ କାହିଁକି ହୋଇଯାଉଛନ୍ତି ଏନେଇ ସେମାନଙ୍କ ଭିତରେ ଥିବା ବୁଦ୍ଧିଜିବିମାନେ ଚିନ୍ତା କରିବା ଉଚିତ୍ । ଭାରତ ଏକ ସ୍ୱାଧୀନ, ଧର୍ମନିରପକ୍ଷ ଓ ଗଣତାନ୍ତ୍ରିକ ଦେଶ । ଦେଶରେ ଏକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ରହିଛି । ସବୁ ନାଗରିକମାନଙ୍କର ଅଭିବ୍ୟକ୍ତିର ସ୍ୱାଧୀନତା ରହିଛି । ଯଦି କେହି ଏହାର ଦୁରୁପଯୋଗ କରୁଛି ତାହେଲେ ଦେଶରେ ଆଇନ ବ୍ୟବସ୍ଥା ରହିଛି । ସମସ୍ତେ ଆଇନର ସହାୟତା ନେଇପାରିବେ । ଅଦାଲତ ଓ ଦେଶର ସଂସଦ ଏନେଇ କ୍ଷମତାର ଅଧିକାରୀ ଯେ ଅଭିବ୍ୟକ୍ତିର ସ୍ୱାଧୀନତା ଓ ଧାର୍ମୀକ ଭାବନା ଭିତରେ ସୀମାରେଖା କଣ ହେବା ଉଚିତ୍ ।

ଧାର୍ମୀକ ଅସହିଷ୍ଣୁତା ଦେଶରେ ଏବେ ଏକ ସମସ୍ୟା ଭାବରେ ଠିଆ ହେଲେଣି । ହେଲେ ଦୁଃଖର କଥା ସବୁବେଳେ ସେହି ଶବ୍ଦର ବ୍ୟବହାର ବାସ୍ତବରେ ଯିଏ ଧାର୍ମୀକ ଅସହିଷ୍ଣୁ ସେମାନଙ୍କ ବିରୋଧରେ ନକରାଯାଇ ଯିଏ ଧାର୍ମୀକ ସହିଷ୍ଣୁ ସେମାନଙ୍କର ବିରୋଧରେ ବେଶି କରାଯାଇଛି । ୨୦୧୪ରେ ଯେତେବେଳେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କର ସରକାର ଆସିଲା ସେତେବେଳେ କିଛି ତଥାକଥିତ ଉଦାରବାଦୀ, ମାନବାଧୀକାର କର୍ମୀମାନେ ଗଳା ଫଟାଇ ଚିତ୍କାର କରି କହୁଥିଲେ ଯେ ଦେଶରେ ମୋଦୀ ସରକାର ଆସିବା ପରେ ଧାର୍ମୀକ ଅସହିଷ୍ଣୁତା ବଢି ଯାଇଛି । ସେମାନଙ୍କର ନିଶାନରେ ପୁରା ହିନ୍ଦୁ ସମାଜ ଥିଲା । କେଉଁଠି ବି ଅନ୍ୟ କୌଣସି କାରଣ ପାଇଁ ଯଦି ହିନ୍ଦୁ ମୁସଲମାନମାନଙ୍କ ଭିତରେ କୌଣସି ଗଣ୍ଡୋଗଳ ହେଉଥିଲା ତାକୁ ପ୍ରାୟୋଜିତ ଭାବରେ ଧାର୍ମୀକ ଅସହିଷ୍ଣୁତାର ରଙ୍ଗ ଦିଆଯାଉଥିଲା । ଜୟ ଶ୍ରୀରାମ ନକହିବାରୁ ମୁସଲମାନଙ୍କୁ ମାଡ ମରାଗଲା, ଗୋମାଂସ ସନ୍ଦେହରେ ମାଡ ମରାଗଲା ଏଭଳି ଶୀର୍ଷକ ଥିବା ଖବରମାନ ସେହି ସମୟରେ ଗଣମାଧ୍ୟମରେ ଛାଇ ଯାଉଥିଲା । କୌଣସି ଗାଁରେ ପରିବାର ପରିବାର ଭିତରେ କଳିକୁ ମଧ୍ୟ କିଛି ଲୋକ ଧାର୍ମୀକ ଅସହିଷ୍ଣୁତାର ରଙ୍ଗ ଦେବାରେ ଲାଗିଥିଲେ ।  ହେଲେ ବାସ୍ତବରେ ହେଲା କଣ? କୌଣସି ବି ଗୋଟିଏ ଘଟଣାରେ ଏଭଳି ଧାର୍ମୀକ ଅସହିଷ୍ନୂତାର ପ୍ରମାଣ ମିଳିଲା ନାହିଁ । ଏଭଳିକି ଅନେକ ଅଣ ବିଜେପି ରାଜ୍ୟରେ ମଧ୍ୟ ପୋଲିସ ଏଭଳି ଅଭିଯୋଗକୁ ଖଣ୍ଡନ କରିଲେ । ଅନେକ ଘଟଣାରେ ତ ଯେଉଁମାନେ ନିଜେ ଗଣ୍ଡଗୋଳରେ ସାମିଲ ଥିଲେ ସେମାନେ ଏହାକୁ ହିନ୍ଦୁ ମୁସଲମାନ ରଙ୍ଗ ନଦେବାକୁ ଅନୁରୋଧ କରିଲେ । କିନ୍ତୁ ଏଭଳି ଏକ ମାହୋଲ ବନାଇବା ଗୋଷ୍ଠୀମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା ଯେ ପ୍ରମାଣ କରିବାକୁ ମୋଦି ସରକାର ଆସିବା ପରେ ହିନ୍ଦୁମାନେ ଧାର୍ମୀକ ଅସହିଷ୍ଣୁ ହୋଇଯାଇଛନ୍ତି । ନିଜେ ଶାହାରୁଖ ଖାନଙ୍କ ଭଳି ବଡ ଅଭିନେତା କହିଥିଲେ ଧାର୍ମୀକ ଅସହିଷ୍ଣୁତା ପାଇଁ ଆମେ ଅନ୍ଧାରୀ ଯୁଗକୁ ଚାଲିଯାଉଛେ । ଅମିର ଖାନ ଯିଏ, ନିଜେ ପିକେ ଚଳଚ୍ଚିତ୍ର ମାଧ୍ୟମରେ ହିନ୍ଦୁମାନଙ୍କୁ ଅପମାନିତ କରିଥିଲେ, ସିଏ କହିଥିଲେ ଆମକୁ ଧାର୍ମୀକ ଅସହିଷ୍ଣୁତା ପାଇଁ ଭାରତରେ ରହିବା ପାଇଁ ଡର ଲାଗୁଛି । ହେଲେ ଏବେ ଯେତେବେଳେ ବାସ୍ତବରେ ଧାର୍ମୀକ ଅସହିଷ୍ଣୁତା ପାଇଁ କହ୍ନେଇଲାଲ, ଉମେଶ କୋହ୍ଲେଙ୍କର ହତ୍ୟା କରାଗଲା ସେତେବେଳେ ଧାର୍ମୀକ ଅସହିଷ୍ଣୁତାର ଅଭିଯୋଗ କରୁଥିବା ସେହି ତଥାକଥିତ ବର୍ଗର ଲୋକମାନଙ୍କ ପାଟି ଚୁପ୍ ।

ଏକଥା ଏକ ନିଷ୍ଠୁର ସତ ଯେ ମୁସଲମାନମାନେ ସାରା ବିଶ୍ୱରେ ନିଜର ଧାର୍ମୀକ ଅସହିଷ୍ଣୁତା ପାଇଁ ନିନ୍ଦିତ ହୋଇସାରିଲେଣି । ଜାନୁୟାରୀ ମାସରେ ଗୁଜୁରାଟର ଧାନ୍ଦୁକା ଜିଲ୍ଲାର କିଶାନ ଭରଓାଡ ନାମକ ଜଣେ ୨୭ ବର୍ଷର ଯୁବକ ନିଜ ଫେସବୁକ ପେଜରେ କିଛି ମୁସଲମାନ ବିରୋଧୀ କଥା ଲେଖିଥିଲେ ବୋଲି ତାଙ୍କର ହତ୍ୟା ହୋଇଥିଲା । ଉତର ପ୍ରଦେଶରେ କମଲେଶ ତିଓାରି ନାମକ ଜଣେ ହିନ୍ଦୁ ଯୁବକ ସାମାଜିକ ଗଣମାଧ୍ୟମରେ କିଛି ଟ୍ଟିପଣୀ ଦେଇଥିଲେ ବୋଲି ତାଙ୍କର ମଧ୍ୟ ହତ୍ୟା କରିଥିଲେ କିଛି ମୁସଲମାନ କଟ୍ଟର ପନ୍ଥୀମାନେ । ଫ୍ରାନସର ଜଣେ ବ୍ୟଙ୍ଗକାର ଚାଲର୍ସ ହାବଡେଙ୍କୁ କିଭଳି ହତ୍ୟା କରାଯାଇଥିଲା ତାହା ସମସ୍ତେ ଜାଣନ୍ତି । ଗୋଟିଏ ବ୍ୟଙ୍ଗଚିତ୍ର ପାଇଁ ୧୧ ଜଣଙ୍କୁ ହତ୍ୟା କରିଥିଲେ ଦୁଇ ମୁସଲିମ ଭାଇ । ୨୦୨୧ ମସିହାରେ ଡିସେମ୍ବରରେ ଶ୍ରୀଲଙ୍କାରେ ଗୋଟିଏ କାରଖାନାରେ ମ୍ୟାନେଜର ଥିବା ଲୋକକୁ ମୁସଲିମମାନେ ସଙ୍ଘବଦ୍ଧ ହତ୍ୟା କରିଥିଲେ ମୁସଲିମ ବିରୋଧୀ ଟ୍ଟିପଣି ପାଇଁ । ଏମିତି ହିସାବ କରିଲେ ଅନେକ ଘଟଣା ଆମ ଆଖି ଆଗରେ ଅଛି ଯେଉଁଠାରେ କେବଳ ଧାର୍ମୀକ ଅସହିଷ୍ଣୁତା ପାଇଁ ହତ୍ୟା ହୋଇଛି । ଏଠାରେ ଅନେକ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଆମେ କଣ ଏତେ ଧାର୍ମୀକ ଅସହିଷ୍ଣୁତାର ଭୟାବହତା ଭିତରେ ସୁସ୍ଥ ଭାବରେ ବଂଚିପାରିବା କି ? କାରଣ ଏଠାରେ କେବଳ ବ୍ୟକ୍ତିର ନିଜ ବ୍ୟକ୍ତିଗତ ସ୍ୱାଧୀନତା ନୁହେଁ ବଂର ଦେଶର ଧର୍ମନିରପକ୍ଷତା ମଧ୍ୟ ବିପଦରେ । ଏଭଳି ସାମାନ୍ୟ କଥାରେ ହତ୍ୟା, ରକ୍ତପାତକୁ କେତେ ଦିନ ଅନ୍ୟମାନେ ସମ୍ବାଳି ପାରିବେ । ଯଦି ସେମାନେ ଏଭଳି ଭାବରେ ସୀମା ଲଂଘିବେ ତାହେଲେ ଅନ୍ୟ ଧର୍ମର ଲୋକମାନେ ଏହା ଉପରେ ପ୍ରତିକ୍ରିୟା ସୃଷ୍ଟି କଲେ ଦେଶରେ ଯେଉଁ ଭୟାବହତା ସୃଷ୍ଟି ହେବ ସେନେଇ ଯେଉଁ କ୍ଷତି ହେବ ତାକୁ କିଏ ଭରଣା କରିବ । ନିଜକୁ ଅନ୍ୟମାନଙ୍କ ଠାରୁ ଶ୍ରେଷ୍ଠ, ଆମର ଭଗବାନ ହିଁ ଶ୍ରେଷ୍ଠ, ଅନ୍ୟମାନେ ଆମ ସହିତ ସମକ୍ଷକ ନୁହନ୍ତି, ଯିଏ ଆମକୁ ଟିକିଏବି ସମାଲୋଚନା କରିବ ଆମେ ତାକୁ ହତ୍ୟା କରିଦେବୁ ଏଭଳି ମାନସିକତା ଏକ ଅତ୍ୟନ୍ତ କ୍ଷତିକାରି ମାନସିକତା । ଏଥିରେ ପରିବର୍ତନ ଓ ଏହାର ନିୟନ୍ତ୍ରଣ ନିହାତି ଆବଶ୍ୟକ । ଏବଂ ବିଶେଷ ଭାବରେ ଭାରତ ଭଳି ଏକ ବିବିଧତା ପୁର୍ଣ୍ଣ ଦେଶରେ ଧାର୍ମୀକ ଅସହିଷ୍ଣୁତା ଉପରେ ରୋକ ଲାଗିବା ଦରକାର ।

Author Image

Anil Biswal

Recent Posts

The Independence:ପାଣ୍ଡିଆନଙ୍କ-ରାଜନୈତିକ-ଅଭିଳାଷକୁ-ଚରିତାର୍ଥ-କରିବା-ପାଇଁ-ବିଜେଡିର-ମ୍ୟାନିଫେଷ୍ଟୋ-ଆସିଛି-ଅନିଲ-ବିଶ୍ୱାଳ

ପାଣ୍ଡିଆନଙ୍କ-ରାଜନୈତିକ-ଅଭିଳାଷକୁ-ଚରିତାର୍ଥ-କରିବା-ପାଇଁ-ବିଜେଡିର-ମ୍ୟାନିଫେଷ୍ଟୋ-ଆସିଛି-ଅନିଲ-ବିଶ୍ୱାଳ

The Independence:Prime-Minister-Modi-will-come-to-Odisha-tomorrow

କାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

The Independence:Naveen-Bishnudev-Sai-has-not-done-anything-new-for-the-development-of-Odisha

ଓଡ଼ିଶାର ବିକାଶ ପାଇଁ ନୂଆ କିଛି କରିନାହାନ୍ତି ନବୀନ –ବିଷ୍ଣୁଦେବ ସାଏ

The Independence:Union-Ministers-response-to-allegations-of-BJP-breaking-BJD

ବିଜେଡିକୁ ବିଜେପି ଭାଙ୍ଗି ଦେବା ଅଭିଯୋଗ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

The Independence:BJP-delegation-met-the-Chief-Electoral-Officer-of-the-state

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:The-Union-Minister-went-door-to-door-in-Sambalpur

ସମ୍ବଲପୁରରେ ଘର ଘର ବୁଲି ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

The Independence:Hundreds-of-BJJ-leaders-and-workers-from-Bari-constituency-joined-the-BJP

ବରୀ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ ବିଜେପିରେ ଯୋଗ ଦେଲେ

The Independence:BJP-delegation-met-the-Chief-Electoral-Officer-of-the-state

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:PMs-press-conference-in-Sambalpur-with-Modi-guarantee-and-Odisha-resolution-letter

ମୋଦୀ ଗ୍ୟାରେଣ୍ଟି ଏବଂ ଓଡ଼ିଶା ସଂକଳ୍ପ ପତ୍ର ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ୍

The Independence:BJG-government-will-end-Baijayant-Panda

ବିଜେଡି ସରକାରର ଅନ୍ତ ହେବ: ବୈଜୟନ୍ତ ପଣ୍ଡା

The Independence:BJC-candidate-Pranab-Das-showed-2-in-Arts-in-2009-while-science-student-showed-2-in-2024-is-ridiculous-Thachanambar-Acharya

ବିଜେଡି ପ୍ରାର୍ଥୀ ପ୍ରଣବ ଦାସ ସତ୍ୟପାଠରେ ୨୦୦୯ରେ +୨ କଳା ଦେଖାଇଥିବା ବେଳେ ୨୦୨୪ରେ +୨ ବିଜ୍ଞାନ ଛାତ୍ର ଦେଖାଇବା ହାସ୍ୟାସ୍ପଦ: ପିତାମ୍ବର ଆଚାର୍ଯ୍ୟ

The Independence:Union-Minister-in-Sambalpur-at-the-merger-festival

ସମ୍ବଲପୁରରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ

The Independence:ରାଜ୍ୟ-ମୁଖ୍ୟ-ନିର୍ବାଚନ-ଅଧିକାରୀଙ୍କୁ-ଭେଟିଲା-ବିଜେପି-ପ୍ରତିନିଧିମଣ୍ଡଳୀ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:June-4-Expiry-date-of-BJG-Govt---Prime-Minister

ଜୁନ୍ ୪ ବିଜେଡି ସରକାରର ଏକ୍ସପାୟରୀ ଡେଟ୍ – ପ୍ରଧାନମନ୍ତ୍ରୀ

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Cow-Slaughtering-Beef-Smuggling-in-Odisha-High

Odisha : ବୃଦ୍ଧି ପାଇବାରେ ଲାଗିଛି ଗୋମାଂସ ଚୋରାଚାଲାଣ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା