ମାଜ ଓ ଦେଶର ବିକାଶରେ ଅଧିକ ସହଯୋଗ ଦେଇଥାଏ । ଅଧିକ ଦିନ ବ ୁଥିବା ଅନୁଭବୀ ଲୋକଙ୍କ ଦକ୍ଷତାକୁ ପୁଞ୍ଜିକରି ଦେଶର ଅର୍ଥନୀତି ଶକ୍ତିଶାଳୀ ହୋଇଥାଏ ବୋଲି କୁହାଯାଏ । ଜାପାନ ଅଧିକ ସୁସ୍ଥ ଲୋକଙ୍କ ପାଇଁ ଜନସଂଖ୍ୟାରେ ଛୋଟ ହେଲେ ମଧ୍ୟ ଅର୍ଥନୀତିରେ ଏସିଆର ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ବିଗତ ଶହେବର୍ଷରୁ ଅଧିକ କାଳ ହେଲା ଅଗ୍ରଣୀ ରହିଆସିଛି । କିନ୍ତୁ ସେ ତୁଳନାରେ ଭାରତର ସ୍ଥାନ ଅନେକ ପଛରେ ରହିଛି । ଯଦିଓ ଦୁଇ ଦୁଇଟି ବିଶ୍ୱଯୁଦ୍ଧରେ ସାମିଲ ହେବା, ଦୁଇ ଦୁଇଟି ବିଭାଜନର ରକ୍ତାକ୍ତ ସଂଘର୍ଷକୁ ସାମନା କରିବା, ସ୍ୱାଧୀନତା ପର ୫୦ବର୍ଷ ପର୍ଯ୍ୟନ୍ତ ପାଶ୍ଚାତ୍ୟ ଧନୀ ରାଷ୍ଟ୍ରଗୁଡିକର ଗୋଷ୍ଠୀରୁ ବାହାରେ ରହିବା, ପଡୋଶୀ ରାଷ୍ଟ୍ର ସହ ୪ଟି ଯୁଦ୍ଧରେ ସାମିଲ ହେବା, ଚାରି ଦଶନ୍ଧି ଧରି ସନ୍ତ୍ରାସର ଛାୟା ଯୁଦ୍ଧକୁ ମୁକାବିଲା କରିବା, ସ୍ୱାଧୀନତା ପରେ ୫୦ବର୍ଷ କାଳ ଗୋଟିଏ ଦଳର ସରକାର ଦେଶକୁ ଶାସନ କରିଆସିବା ଯୋଗୁ ଭାରତରେ ବିକାଶର ଯେଉଁ ପ୍ରତିଯୋଗିତା ଦେଖାଦେବାର ଥିଲା ତାହା ସମ୍ଭବ ହେଲା ନାହିଁ ।
ଅତୀତର ଅହଂସର୍ବସ୍ୱ ଏବଂ ଦୂରଦୃଷ୍ଟିବିହୀନ ଦୁର୍ବଳ ନେତୃତ୍ୱ ଯୋଗୁ ଆଜି ଭାରତ ତୁଳନାତ୍ମକ ଦୃଷ୍ଟିରୁ ପଡୋଶୀ ରାଷ୍ଟ୍ର ଚୀନଠାରୁ ବହୁପଛରେ ପଡିଛି । ଯଦିଓ ଭାରତ ଓ ଚୀନ ପାଖାପାଖି ବର୍ଷରେ ସ୍ୱାଧୀନତା ପାଇଥିଲେ ମଧ୍ୟ ଭାରତର ଦୁର୍ବଳ ନେତୃବୃନ୍ଦ ଦେଶକୁ ପ୍ରଗତିର ଠିକଣା ପଥକୁ ଆଣି ନପାରିବା ହେତୁ ସ୍ୱାଧୀନତା ପର ୨୫ ବର୍ଷ ପର୍ଯ୍ୟନ୍ତ ଦେଶରେ ଗୋଟିଏ ବି ଔଷଧ ନିର୍ମାଣକାରୀ କାରଖାନା ମଥା ଟେକିପାରି ନଥିଲା । ଦେଶର ଜନସାଧାରଣଙ୍କ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ଆବଶ୍ୟକ ଢା ।ଗତ ବ୍ୟବସ୍ଥା ନିର୍ମାଣ ନ ହେବା ଯୋଗୁ ଆଜି ଭାରତର ଅସୁସ୍ଥ ଜନଶକ୍ତି ଭାରତ ପାଇଁ ବୋଝ ସଦୃଶ ହୋଇଛନ୍ତି ।
ପୃଥିବୀରେ ଶସ୍ତା ଔଷଧର ଅନ୍ୟତମ ବଡ କେନ୍ଦ୍ର ବୋଲି କୁହାଯାଉଥିବା ଭାରତରେ ଏବେ ମଧ୍ୟ ଗ୍ରାମା ଳରେ ୮୦ ପ୍ରତିଶତ ଡାକ୍ତରଙ୍କର ଅଭାବ ରହିଛି । ୧୯୪୭ରେ ଦେଶରେ ମାତ୍ର ୭୦୦ଟି ପ୍ରାଥମିକ ସ୍ୱାସ୍ଥ୍ୟ ଚିକିତ୍ସା କେନ୍ଦ୍ର ଥିଲା ବେଳେ ଏବେ ତାହା ୩୬୦୦୦କୁ ଛୁଇଁଛି । ସେହିପରି ସେ ସମୟରେ ୭୦୦୦ ଡାକ୍ତରଖାନା ଥିଲାବେଳେ ଆଜି ୬୯୦୦୦ ଡାକ୍ତରଖାନାରେ ୨୦ଲକ୍ଷ ରୋଗୀଙ୍କ ପାଇଁ ଶଯ୍ୟା ରହିଛି । ପ୍ରତି ହଜାରେ ଲୋକଙ୍କ ପାଇଁ ୧୯୪୭ରେ ୦.୨୪ ରୋଗ ଶଯ୍ୟା ଥିଲାବେଳେ ଏବେ ୦.୫୫ ଶଯ୍ୟା ରହିଛି । ଦେଖିବାକୁ ଗଲେ ସ୍ୱାଧୀନତା ବେଳର ଜନସଂଖ୍ୟା ତୁଳନାରେ ବ ର୍ମାନର ଜନସଂଖ୍ୟା ପ୍ରାୟ ୪ଗୁଣ ବୃଦ୍ଧି ହୋଇଥିଲେ ହେଁ ଚିକିତ୍ସା ସୁବିଧା ସେହି ଅନୁପାତରେ ବଢି ନପାରି ମାତ୍ର ୨ଗୁଣରୁ ଅଧିକ କିଛି ବଢିଛି । ୨୦୦୧ର ହିସାବ ଅନୁସାରେ ୮୧.୨ ପ୍ରତିଶତ ଗ୍ରାମା ଳର ଚିକିତ୍ସକ ଅଶିକ୍ଷିତ ରହିଥିଲେ । ୩୧ ପ୍ରତିଶତ ଗ୍ରାମା ଳ ଚିକିତ୍ସକଙ୍କ ଶିକ୍ଷାଗତ ଯୋଗ୍ୟତା ୨୦୧୬ରେ ମାଧ୍ୟମିକ ସ୍ତରରେ ଥିଲା ।
ଦେଶରେ ୬୨୦୦୦ ସୁସ୍ଥତା କେନ୍ଦ୍ର ସ୍ଥାପନ କରାଯିବା ପାଇଁ ଲକ୍ଷ୍ୟ ଥିଲା ବେଳେ ମାତ୍ର ୪୦୦୦ ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଛି । ଜିଡିପିର ମାତ୍ର ୧.୨ ପ୍ରତିଶତ ଭାରତରେ ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚ ହେବା ପୃଥିବୀରେ ବହୁତ କମ୍ । ପୃଥିବୀରେ ଜିଡିପିର ୬ ପ୍ରତିଶତ ଖର୍ଚ୍ଚ ପାଇଁ କୁହାଯାଉଥିଲା ବେଳେ ଚୀନ ୫ ପ୍ରତିଶତ ଖର୍ଚ୍ଚ କରୁଛି ଏବଂ ଭାରତ ମାତ୍ର ୨.୫ ରୁ ୩ ପ୍ରତିଶତ ଖର୍ଚ୍ଚ କରିବାକୁ ସକ୍ଷମ ହୋଇଛି । ପୃଥିବୀରେ ହାରାହାରି ୧୮.୫ ପ୍ରତିଶତ ଅସୁସ୍ଥ ଜନସଂଖ୍ୟା ଥିଲାବେଳେ ଭାରତରେ ଏହିସଂଖ୍ୟା ୬୫ ପ୍ରତିଶତ । କର୍କଟ, ଯକ୍ଷ୍ମା, ମଧୁମେହ ପରି ଜୀବନଧାରା ଆଧାରିତ ରୋଗୀଙ୍କ ସଂଖ୍ୟା ଦେଶରେ ଏବେ ସର୍ବାଧିକ ।
ଦେଖିବାକୁ ଗଲେ ଭାରତରେ ଆଧୁନିକ ଚିକିତ୍ସା ସୁବିଧା (ଏଲୋପାଥିକ) ଫେବୃଆରୀ ୧୮୩୫ରେ ଆରମ୍ଭ ହୋଇଥିଲା । କୋଲକାତା ମେଡିକାଲ କଲେଜର ୫୦ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୭ରୁ ୧୨ ଟଙ୍କା ମାସିକ ଷ୍ଟାଇପେଣ୍ଡ ଅର୍ଥ ଦେଇ ଶିକ୍ଷା ବ୍ୟବସ୍ଥା କରାଯାଇଥିଲା । ୧୯୪୭ବେଳକୁ ଦେଶରେ ୧୯ଟି ମେଡିକାଲ ସ୍କୁଲ ରହିଥିଲା, ମାତ୍ର ୪୭୦୦୦ ଡାକ୍ତର ରହିଥିଲେ । ସେ ସମୟରେ ଦେଶର ପ୍ରତି ୬୩୦୦ଲୋକଙ୍କ ପାଇଁ ମାତ୍ର ଜଣେ ଡାକ୍ତର ଥିଲା ବେଳେ ଆଜି ପ୍ରତି ୧୦୭୮ ବ୍ୟକ୍ତିଙ୍କ ପାଇଁ ଜଣେ ଡାକ୍ତର ରହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶ ଅନୁଯାୟୀ ଏହି ହାର ପ୍ରତି ୧୦୦୦ରେ ଜଣେ ରହିବା ଦରକାର । ସେହିପରି ଭାରତରେ ୧୦୦୦ ଜନସଂଖ୍ୟାରେ ମାତ୍ର ୨ଜଣ ସେବିକା (ନର୍ସ) ରହିଛନ୍ତି । ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଦେଶ ଅନୁଯାୟୀ ଏହି ଅନୁପାତ ପ୍ରତିହଜାର ଜନସଂଖ୍ୟାରେ ୩ଜଣ ସେବିକା ରହିବା ଆବଶ୍ୟକ । ଯେଉଁ କାରଣରୁ ୨୦୧୯ରେ ଭାରତର ଡାକ୍ତରମାନଙ୍କୁ “ମୁଁ ଅଧିକ କାର୍ଯ୍ୟ ଚାପରେ ରହିଛି” ବୋଲି ଏକ ଘୋଷଣା ସହ ଆନ୍ଦୋଳନ କରିବାକୁ ହୋଇଥିଲା ।
୧୯୪୭ରେ ଦେଶରେ ୪୨୫୨୪ଜଣ ଏଲୋପାଥିକ ଶିକ୍ଷିତ ଡାକ୍ତର ଥିଲାବେଳେ ଜୁନ୍ ୨୦୨୨ବେଳକୁ ସେହି ସଂଖ୍ୟା ୧୩ଲକ୍ଷ ୮ହଜାରରେ ପହ ôଛି ( ୧୩,୦୮,୦୦୯) । ଯଦି ଆୟୁଷ ଡାକ୍ତରଙ୍କ ୫୬୫୦୦୦ସଂଖ୍ୟାକୁ ମିଶାଯାଏ ତେବେ ଦେଶର ଡାକ୍ତର ସଂଖ୍ୟା ଜନସଂଖ୍ୟା ଅନୁପାତରେ ଡାକ୍ତର ପିଛା ୮୫୪ରହିବ । ୧୯୪୭ରେ ଦେଶରେ ୭୦୦୦ ସେବିକା ଥିଲାବେଳେ ଜୁନ ୨୦୨୨ ବେଳକୁ ଏହି ସଂଖ୍ୟା ୩୩ଲକ୍ଷ ୯୮ ହଜାରକୁ ଛୁଇଁଛି । ସେମିତି ପ୍ରତି ହଜାରରେ ୩ଜଣ ଦାନ୍ତ ଡାକ୍ତର ରହିବା ଆବଶ୍ୟକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । କିନ୍ତୁ ଭାରତରେ ପ୍ରତି ୧୦୦୦ ଜନସଂଖ୍ୟାରେ ମାତ୍ର ୧.୯୬ଜଣ ଦାନ୍ତ ଡାକ୍ତର ରହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୃଥିବୀର ୧୯୫ଟି ଦେଶର ସ୍ୱାସ୍ଥ୍ୟ ସେବା ସୂଚକାଙ୍କରେ ଭାରତକୁ ୧୪୫ତମ ସ୍ଥାନରେ ରଖିଛି । ସ୍ୱାସ୍ଥ୍ୟସେବା ପ୍ରଦାନରେ ଭାରତର ପଡୋଶୀ ଚୀନ (୪୮), ଶ୍ରୀଲଙ୍କା (୭୧), ବଙ୍ଗଳାଦେଶ (୧୩୩) ଆଗରେ ରହିଛନ୍ତି । ପୃଥିବୀର ୨୦ ପ୍ରତିଶତ ରୋଗୀ ଭାରତରେ ହିଁ ରହିଛନ୍ତି ।
ସେମିତି ବିଶ୍ୱର ୬ ପ୍ରତିଶତ ରୋଗଶଯ୍ୟା, ୮ ପ୍ରତିଶତ ସେବିକା , ୮ ପ୍ରତିଶତ ଡାକ୍ତର ଭାରତରେ ରହିଛନ୍ତି । ହିସାବରେ ୧୯ଲକ୍ଷ ରୋଗୀଶଯ୍ୟା, ୯୫୦୦୦ ଆଇସିୟୁ ଶଯ୍ୟା, ୪୮୦୦୦ ଭେ ିଲେଟର ଯୁକ୍ତ ଶଯ୍ୟା ଭାରତରେ ରହିଛି । ବିଶ୍ୱର ୨ରୁ ୩ ପ୍ରତିଶତ ମ୍ୟାଲେରିଆ ରୋଗୀ ଏବଂ ୨୬ ପ୍ରତିଶତ ଯକ୍ଷ୍ମାରୋଗୀ ଭାରତରେ ରହିଛନ୍ତି । ଏସବୁ ମଧ୍ୟରେ ୧୯୪୭ରେ ମ୍ୟାଲେରିଆ ରୋଗୀଙ୍କ ମୃତ୍ୟୁହାର ଭାରତରେ ୧୦ଲକ୍ଷ ଥିଲାବେଳେ ୨୦୨୧ରେ ୭୭ରେ ସୀମିତ ରହିଛି । ୧୯୭୭ରୁ ବସନ୍ତ ରୋଗ ଦେଶରୁ ଯାଇଛି । ପୋଲିଓ ରୋଗୀ ୧୩ ଜାନୁଆରୀ ୨୦୧୧ ପରେ ଦେଖାଯାଉନାହାନ୍ତି । ଶିଶୁ ଟୀକାକରଣରେ ଭାରତରେ ୭୬ ପ୍ରତିଶତ ଶିଶୁ ଟୀକା ନେଇଛନ୍ତି । ସେମିତି ୧୨ ଅକ୍ଟୋବର ୨୦୨୨ ସୁଦ୍ଧା ଦେଶରେ କୋରୋନା ଟୀକାକରଣ ୨୧୯.୯କୋଟି (୨୧୯,୦୯,୬୯,୫୭୨) ରେ ପହ ôଛି । ଦେଶରେ ୫୦୦୦ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଥିଲା ବେଳେ ତନ୍ମଧ୍ୟରେ ୪୦୦୦ ଷ୍ଟାର୍ଟଅପ୍ ରହିଛନ୍ତି । ବିଶ୍ୱର ଚିକିତ୍ସା କ୍ଷେତ୍ରରେ ହେଉଥିବା ଗବେଷଣା ନିବନ୍ଧ ମଧ୍ୟରୁ ୭.୭ ପ୍ରତିଶତ (୩୮,୫୯୫) ଭାରତରେ ପ୍ରକାଶ ପାଇଥାଏ ।
ଭାରତର ଆଧୁନିକ ସ୍ୱାସ୍ଥ୍ୟ ଗବେଷଣାର ଇତିହାସ ପ୍ରାୟ ୪୦ ବର୍ଷରୁ କିଛି ଅଧିକ କାଳର । ୧୯୭୮ରେ ବେସରକାରୀ ସଂସ୍ଥା ବାଇଓକନ୍ ସର୍ବପ୍ରଥମେ ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଥିଲା । ୧୯୮୧ରେ ସିଏସ୍ଆଇଆର ପକ୍ଷରୁ ହାଇଦ୍ରାବାଦରେ ସେ ର ଫର ସେଲୁଲାର ଏଣ୍ଡ୍ ମୋଲେକୁଲାର ବାଇଓଲୋଜି ଖୋଲିଥିଲା । ୧୯୮୪ରେ ଚଣ୍ଡିଗଡଠାରେ ଇନ୍ଷ୍ଟିଚ୍ୟୁଟ ଅଫ୍ ମାଇକ୍ରୋବିଆଲ୍ ଟେକ୍ନୋଲୋଜି ସ୍ଥାପନା ହୋଇଥିଲା । ୧୯୮୬ରେ ଭାରତ ସରକାର ଏକ ମନ୍ତ୍ରଣାଳୟ ଡିପାର୍ଟମେ ଅଫ୍ ବାଇଓ ଟେକ୍ନୋଲୋଜି ଖୋଲିଥିଲେ । ୧୯୯୪ରେ ଦେଶର ପ୍ରଥମ ସ୍ୱାସ୍ଥ୍ୟ ଗବେଷଣା ଅନୁଷ୍ଠାନ ସିନ୍ଜେନ ଗବେଷଣା ଓ ବିକାଶ କ୍ଷେତ୍ରରେ କାର୍ଯ୍ୟାରମ୍ଭ କଲା । ୧୯୯୭ରେ ସେ ର ଫର ବାଇଓଲୋଜିକାଲ ଟେକ୍ନୋଲୋଜି ସ୍ଥାପିତ ହୋଇଥିଲା,ଯାହା ଜେନୋମିକ୍ସ ଏବଂ ବାଇଓଇନଫରମାଟିକ୍ସ କ୍ଷେତ୍ରରେ କାର୍ଯ୍ୟକଲା । ୨୦୧୧ରେ ବାଇଓଟେକ୍ନୋଲୋଜି ଇଣ୍ଡଷ୍ଟ୍ରୀ ରିସର୍ଚ୍ଚ ଆସିଷ୍ଟାନ୍ସ କାଉନ୍ସିଲ ଗଠିତ ହେଲା । ୨୦୦୭ରେ ନେସ୍ନାଲ ବାଇଓଟେକ୍ନୋଲୋଜି ଡେଭଲପମେ ଷ୍ଟ୍ରାଟେଜୀ ଆରମ୍ଭ ହୋଇଥିଲା ।
ଲକ୍ଷେ୍ନା÷ରେ ବାଇଓଟେକ୍ ପାର୍କ ଖୋଲିଥିଲା । ୨୦୦୯ରେ ନେସନାଲ ବାଇଓଟେକ୍ନୋଲୋଜି ରେଗୁଲେଟୋରୀ ଅଥରିଟୀ ବିଲ୍ ଅଣାଯାଇ ବାଇଓଟେକ୍ନୋଲୋଜୀ ଇଣ୍ଡଷ୍ଟ୍ରୀ ପାର୍ଟନରସିପ୍ ପ୍ରୋଗ୍ରାମ ଆରମ୍ଭ କରାଯାଇଥିଲା ।୨୦୧୦ରେ କାଡିଲା ହେଲ୍ଥକେୟାର, ସେରମ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଏବଂ ଭାରତ ବାଇଓଟେକ୍ ପକ୍ଷରୁ ସ୍ୱାଇନ ଫ୍ଲୁ ପାଇଁ ଏଚ୍୧ଏନ୍୧ଟୀକା ଉତ୍ପାଦନ କରାଗଲା । ୨୦୧୨ରେ ଚିକିତ୍ସା- ଗବେଷଣା କ୍ଷେତ୍ରରେ ଭାରତ ୧୨ ସ୍ଥାନ ଦଖଲ କଲା । ଜାପାନ ଓ କୋରିଆପରେ ଏସିଆ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭାରତ ତୃତୀୟ ସ୍ଥାନରେ ରହିଲା । ୨୦୧୩ରେ ହେପାଟାଇଟିସ୍ ଟୀକା ପ୍ରସ୍ତୁତିରେ ଭାରତ ସମସ୍ତଙ୍କଠାରୁ ଆଗରେ ରହିଲା ।୨୦୧୫ରେ ଭାରତକୁ ବାଇଓଟେକ୍ ବା ଚିକିତ୍ସା ଗବେଷଣା ଜ୍ଞାନ କୌଶଳ କ୍ଷେତ୍ରରେ ଅଗ୍ରଣୀ ହେବାପାଇଁ ପ ବାର୍ଷିକ କାର୍ଯ୍ୟକ୍ରମ ଆରମ୍ଭ କରାଗଲା ।
୨୦୧୬ରେ ରେଜିଓନାଲ ସେ ର ଫର ବାଇଓଟେକ୍ନୋଲୋଜି ବିଲ୍ ଗୃହୀତ ହେବା ସହ ରାଷ୍ଟ୍ରୀୟ ବୌଦ୍ଧିକ ସ୍ୱ ୍ୱ ଅଧିକାର ନୀତି କାର୍ଯ୍ୟକଲା । ୨୦୧୮ରେ ମାଲେସିଆକୁ ୬୮.୪୩ ମିଲିଅନ ଡଲାର ମୂଲ୍ୟର ଇନ୍ସୁଲିନ ତିନିବର୍ଷ ଯୋଗାଣ ପାଇଁ ବାଇଓକନ୍ ଆଦେଶ ଲାଭ କଲା । ୨୦୨୦ରେ ଚିକିତ୍ସାକୁ ଅର୍ଥନୀତିର ଅବଦାନ ଜିଡିପିର ୨.୭ ପ୍ରତିଶତ ଛୁଇଁଲା । ୨୦୨୫ ସୁଦ୍ଧା ଦେଶର ସ୍ୱାସ୍ଥ୍ୟ ସେବା, ପୁଷ୍ଟିକର ଖାଦ୍ୟ, ପ୍ରଦୂଷଣମୁକ୍ତ ଶକ୍ତି ଏବଂ ଶିକ୍ଷା କ୍ଷେତ୍ର ୧୦୦ ବିଲିଅନରେ ପହ ôବ ବୋଲି ଜଣାପଡିଛି । ତେବେ ଅସୁସ୍ଥ ଭାରତକୁ ସୁସ୍ଥ କରିବାକୁ ଗ୍ରାମା ଳ କ୍ଷେତ୍ରରେ ଅଧିକରୁ ଅଧିକ ସ୍ୱାସ୍ଥ୍ୟସେବାର ସୁବିଧା ପହ ।ଇବାକୁ ବହୁତ କିଛି କାର୍ଯ୍ୟ କରିବାକୁ ହେବ । ଦେଶର କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ଏଥିପାଇଁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟକରିବା ଦରକାର, ନଚେତ ସଂଖ୍ୟାଧିକ ରୋଗୀଙ୍କ ବୋଝ ଦେଶର ଅର୍ଥନୀତିକୁ ଦୁର୍ବଳ କରିବ ।
ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩