The Independence:Saudi-Arab-ban-Tablighi-Jammat

 ଏବେ କିଛି ଦିନ ପୂର୍ବେ ସାଉଦୀ ଆରବ ସରକାର ତବଲୀଗୀ ଜମାତ ଓ ଅନ୍ୟ ଦାବା ସଂଗଠନ ଗୁଡିକୁ ନିଷିଦ୍ଧ ଘୋଷଣା କରିଛନ୍ତି । ଗତ ୨୦୨୦ ମସିହା ମାର୍ଚ –ଏପ୍ରିଲ ବେଳକୁ  ତବଲୀଗୀ ଜମାତ ଭାରତରେ ଚର୍ଚାର କେନ୍ଦ୍ର ବିନ୍ଦୁରେ ଥିଲା ଯେତେବେଳେ ସେ ସରକାରଙ୍କ ନିର୍ଦେଶନାମାକୁ ଅମାନ୍ୟ କରି ଦିଲ୍ଲୀର ନିଜାମୁଦ୍ଦିନ ଠାରେ ମକରଜ କରିଥିଲା ଓ ସେଥିରେ ଦେଶ ବିଦେଶରୁ ହଜାର ହଜାର ଜମାତୀ ସାମିଲ ହୋଇଥିଲେ । ଏବେ ସାଉଦୀ ଆରବ ଏହି ସଂଗଠନକୁ ନିଷିଦ୍ଧ କରିବା ପରେ ପୁଣି ଥରେ ଏହି ସଂସ୍ଥା ଚର୍ଚାକୁ ଆସିଛି ।

ତବଲୀଗ ଜମାତ ବିଷୟରେ ଲୋକ ମାନେ କ୍ୱଚିତ ଜାଣନ୍ତି । ସାଧାରଣ ଲୋକଙ୍କ ଠାରୁ ବିଦ୍ୱାନ, ବୁଦ୍ଧିଜୀବା ଲୋକ ମାନଙ୍କ ଯାଏ କାହାରିକୁ ଏ ବିଷୟରେ ବିଶେଷ ଜଣା ନାହିଁ । ତବଲୀଗ ଅର୍ଥାତ ପ୍ରଚାର । ଏହାକୁ ଇସଲାମୀ ଶବ୍ଦାବଳୀରେ ଦାବା ବୋଲି ମଧ୍ୟ କହିଥାନ୍ତି, ଯାହାର ଅର୍ଥ ହେଲା ନିମନ୍ତ୍ରଣ ଦେବା, ପ୍ରେରିତ କରିବା, ତା ଉପରେ ଜୋର ଦେବା ଆଦି । ତେଣୁ ତବଲୀଗୀ ଜମାତ ଠିକ ଇସଲାମକୁ ଆପଣାଇବା, ପ୍ରତ୍ୟେକ ଅଣ ମୁସଲମାନ ଜିନିଷକୁ ଛାଡିବାକୁ ପ୍ରଚାର/ ଦାବା କରିଥାଏ । ଏଥିରେ ଖିଆ ପିଆ, ବେଶ ଭୂଷା, ବିଚାର- ମାନ୍ୟତା, ରହିବାର ଶୈଳୀ ଆଦି ସାମିଲ ରହିଥାଏା 

ତବଲୀଗୀ ଜମାତର ପ୍ରତିଷ୍ଠାତା ମୌଲାମା ମୁହମ୍ମଦ ଇଲିୟାସ ଥିଲେ ଓ ସେ ବର୍ତମାନର ହରିଆଣାର ମେବାତ ଅଂଚଳରେ ଏହି ସଂସ୍ଥା ଆରମ୍ଭ କରିଥିଲେ । ତବଲୀଗୀ ଜମାତର ବାର୍ତା ବଡ ସରଳ । ଜମାତର ବାର୍ତା ହେଲା –“ହେ ମୁସଲମାନ ମାନେ, ମୁସଲମାନ ହୁଅ” । ଇଲିୟାସ ପ୍ରଥମେ ସହାରନପୁର ମଦ୍ରାସାରେ ପଢାଉଥିଲେ ଓ ମଦ୍ରାସାର କାମକୁ ଅସନ୍ତୋଷଜନକ ବୋଲି ମନେ କରି ସେ ଏହାକୁ ଛାଡି ଦେଇ ତବଲୀଗର ମିଶନ ଆରମ୍ଭ କରିଥିଲେ ।  ପ୍ରସିଦ୍ଧ ଇସଲାମୀ ବିଦ୍ୱାନ ମୌଲାନା ବହିଦୁଦ୍ଦିନ ଖାନଙ୍କ ପୁସ୍ତକ ‘ତବଲୀଗୀ ମୁଭମେଂଟ’ (୧୯୮୬)ରେ ଏ ସମ୍ପର୍କରେ ପ୍ରାମାଣିକ ସୂଚନା ମିଳେ ।

ଏହି ସଂସ୍ଥାର ପ୍ରତିଷ୍ଠାତା ମୌଲାନା ଇଲିୟାସଙ୍କୁ ଏ କଥା ଭାରୀ କଷ୍ଟ ଦେଉଥିଲା  ଯେ ଦିଲ୍ଲୀ ଆଖପାଖ ଅଂଚଳରେ ଯେଉଁ ଲୋକ ମାନଙ୍କୁ ବିଦେଶୀ ଆକ୍ରମଣକାରୀ ଶାସକଙ୍କ ସମୟରେ  ଇସଲାମରେ ମତାନ୍ତରିତ କରା ଯାଇଥିଲା ସେମାନଙ୍କ ମଧ୍ୟରେ ମୁସଲମାନ ଭଳି କିଛି ନ ଥିଲା । ଶହ ଶହ ବର୍ଷ ବିତି ସାରିଥିଲେ ସୁଦ୍ଧା ସେମାନେ ଅନେକ ମାତ୍ରାରେ ହିନ୍ଦୁ ଭଳି ଚଳୁଥିଲେ । ଉଦାହରଣ ସ୍ୱରୂପ ସେମାନେ ଗୋମାଂସ ଖାଉ ନ ଥିଲେ, ନିଜର ପରିବାରରେ ବିବାହ କରୁ  ନ ଥିଲେ , କେହି କେହି ହିନ୍ଦୁ ପର୍ବ ପର୍ବାଣୀ ପାଳନ କରୁଥିଲେ, ଦେବୀ ଦେବତାଙ୍କୁ ଆଦର କରୁଥିଲେ, ଧୋତି ପିନ୍ଧୁଥିଲେ, କୁଣ୍ଡଳ, କଡା ଆଦି ପିନ୍ଧୁଥିଲେ, ଶିଖା ରଖୁଥିଲେ । କେବଳ ସେତିକି ନୁହେଁ ଏହି ମତାନ୍ତରିତ ମୁସଲମାନ ମାନେ ଶହ ଶହ ବର୍ଷ ବିତି  ଯାଇଥିଲେ ସୁଦ୍ଧା ସେମାନଙ୍କର ନାମ  ଓ ସାଙ୍ଗିଆ ଆଦି ହିନ୍ଦୁ ରଖୁଥିଲେ । କିଛି ଲୋକଙ୍କୁ ତ କଲମା ପଢି ଆସୁ ନ ଥିଲା । ଯେତେବେଳେ କୌଣସି ପକ୍କା ମୁସଲମାନ ଠିକ ଠାକ ଭାବେ ନମାଜ ପଢୁଥିଲା ତାକୁ ସେମାନେ ଅତ୍ୟନ୍ତ କୌତୁହଳର ସହ ଦେଖୁଥିଲେ ।

ରାଜସ୍ଥାନର ଅଲବରରେ ଉନବିଂଶ ଶତାବ୍ଦୀର ଶେଷ  ସମୟରେ ବନ୍ଦୋବସ୍ତ ଅଫିସର ଭାବେ କାମ କରିଥିବା ଇଂରେଜ ଅଧିକାରୀ ମେଜର ପିୟୋଲେ ଲେଖିଛନ୍ତି – ‘‘ମେବାତୀ ମୁସଲମାନ ମାନେ ନିଜ ପରମ୍ପରା ଓ ସ୍ୱଭାବରୁ ଅଧା ହିନ୍ଦୁ ଥିଲେ । ‘‘  ଏଥିରୁ କ୍ଷୁବ୍ଧ ହୋଇ ମୌଲାନା ଇଲିୟାସ ମୁସଲମାନ ମାନଙ୍କୁ ଠିକ ରାସ୍ତାରେ ଆଣିବାକୁ ମିଶନ ଅର୍ଥାତ ତବଲୀଗୀ ଜମାତ ଆରମ୍ଭ କରିଥିଲେ । ତାଙ୍କର ଏହି ସଂସ୍ଥାର ଏକ ମାତ୍ର ଉଦ୍ଦେଶ୍ୟ ଥିଲା  ଯେ ଦେଶଜ ମୁସଲମାନ ମାନଙ୍କୁ ହିନ୍ଦୁ ମାନଙ୍କ ଠାରୁ ଅଲଗା କରିବା , ଯଦ୍ୱାରା ମୁସଲମାନ ମାନଙ୍କୁ ଖରାପ ପ୍ରଭାବରୁ ବଂଚା ଯାଇ ପାରିବ ।

ମୌଲାନା ବହିଦୁଦ୍ଦିନ ତାଙ୍କର ପୁସ୍ତକରେ ଏହାର ଖୁବ ପ୍ରଶଂସା କରି ଲେଖିଛନ୍ତି ଯେ  କିଛି ଦିନ ଯାଏ ଇସଲାମୀ ବ୍ୟବହାରର ପ୍ରଶିକ୍ଷଣ ଦେଇ ସେହି ଦେଶଜ ମୁସଲମାନ ମାନଙ୍କୁ ସେ ‘ନୂଆ ମନୁଷ୍ୟ’ ରେ ପରିଣତ କରି ଦେଇଥିଲୋ । ଏହି ‘ନୂଆ ମନୁଷ୍ୟ’ ର ଅର୍ଥ ହେଲା ଯେ ସେ ଏହି ଦେଶଜ ମୁସଲମାନ ମାନଙ୍କୁ ସେମାନଙ୍କର ମୂଳରୁ ଅଲଗା କରି ଦେବା, ତାଙ୍କ ମସ୍ତିଷ୍କକୁ ସଫା କରି ପ୍ରତ୍ୟେକ ବିଷୟରେ ହିନ୍ଦୁ ମାନଙ୍କ ଠାରୁ ଅଲଗା କରି ଦେବା ଥିଲା । ବିଭିନ୍ନ ଉପାୟରେ ସେମାନଙ୍କ ମନରେ ହିନ୍ଦୁ ମାନଙ୍କ ପ୍ରତି ଦୁର୍ଭାବନା ତିଆରି କରି ବିଶେଷ ରୂପେ ତାଙ୍କର ପୋଷାକ, ଦାଢି, ଖାଇବା - ପିଇବା ଆଦିକୁ ଆପଣାଇ  ସେମାନଙ୍କୁ କେବଳ ଇସଲାମୀ କରା ଗଲା ।

ଏମାନଙ୍କୁ ‘ନୂଆ ମନୁଷ୍ୟ’ କୁହାଗଲା । ତବଲୀଗରୁ ପ୍ରଶିକ୍ଷିତ ହୋଇ ଫେରିଥିବା ମୁସଲମାନ ମାନେ ସ୍ଥାନୀୟ ମେବାତର  ଦେଶଜ ମୁସଲମାନଙ୍କ ମଧ୍ୟରେ ସେହି କଥାକୁ ପ୍ରଚାର କରିବା ଆରମ୍ଭ କଲେ । ଏହି ଅଂଚଳରେ ମସଜିଦର ସଂଖ୍ୟା ବଢିବାରେ ଲାଗିଲା । ଏହା ଫଳରେ ମେବାତ ଅଂଚଳର ପୂରା ପୁରି ଭାବେ ବଦଳିଗଲା ।

ହିନ୍ଦୁ ମାନଙ୍କ ସହ ମିଳି ମିଶି ରହୁଥିବା ମୁସଲମାନ ମାନଙ୍କୁ ଦୂର କରିବା ଏହାର ଉଦ୍ଦେଶ୍ୟ ଥିଲା । ଦେଶଜ ମୁସଲମାନଙ୍କୁ ଶରିୟତ ଅନୁସାରେ ଜୀବନ ଜୀଇବାକୁ ପ୍ରେରିତ କରିବା, ନିଜର ପୂର୍ବ ପୁରୁଷ ମାନଙ୍କର ରୀତି ନୀତି, ସଂସ୍କୃତି ପରମ୍ପରାକୁ ଘୃଣା କରିବା, ଅନ୍ୟ ମୁସଲମାନଙ୍କୁ ଏଥିପାଇଁ ପ୍ରେରଣା ଦେବା ଏମାନଙ୍କର ଉଦ୍ଦେଶ୍ୟ ଥିଲା ।

୧୯୧୯ ମସିହାରେ ଯେତେବେଳେ ତୁର୍କୀର ଖଲିଫା ପାଇଁ ଖିଲାଫତ ଆନ୍ଦୋଳନ ହେଲା ସେତେବେଳର କଂଗ୍ରେସ ନେତୃତ୍ୱ ଏହାକୁ ସମର୍ଥନ କରିଥିଲା । କଂଗ୍ରେସର ସମର୍ଥନ ସେତେବେଳେ ତବଲୀଗୀ ଜମାତର ଏଜେଣ୍ଡାକୁ ଆହୁରି ବଳ ପ୍ରଦାନ କଲା । ଖିଲାଫତ ଆନ୍ଦୋଳନର ଲାଭ ଉଠାଇ ମୂଳ ଇସଲାମ ଓ ସାଧାରଣ ମୁସଲମାନ ମାନଙ୍କର ଦୂରତ୍ୱକୁ କମ କରିବା ସହ ସେମାନଙ୍କୁ ହିନ୍ଦୁ ସମାଜରୁ ଦୂର କରିବାରେ ସହାୟତା ମିଳିଲା ।

ମୋଟ ଉପରେ ଯଦି ଆମେ ସରଳ ଭାଷାରେ କହିବା ତେବେ ତବଲୀଗୀ  ଜମାତ ଭାରତର ଦେଶଜ ମୁସଲମାନ, ଯେଉଁ ମାନେ ଭାରତର (ଆରବର କିମ୍ବା ବିଦେଶୀ ନୁହନ୍ତି) ମାନଙ୍କ ମନରେ କଟ୍ଟରତା ଭର୍ତି କରିବା ଓ ହିନ୍ଦୁ ମାନଙ୍କ ଠାରୁ ସେମାନଙ୍କୁ ଦୂର କରିବା ଦିଗରେ କାମ କରି ଆସୁଛି । ଯେଉଁ ଠାରେ ଦେଶଜ ମୁସଲମାନ ମାନେ ଇସଲାମ ଗ୍ରହଣ କରିବା ସତ୍‌ବେ  ତାଙ୍କର ପୂର୍ବପୁରୁଷଙ୍କ ସଂସ୍କୃତି ଓ ପରମ୍ପରାକୁ କିଛି ମାତ୍ରାରେ ନିର୍ବାହ କରୁଥିଲେ ତାକୁ ଛଡାଇବା ଓ ସେମାନଙ୍କୁ କଟ୍ଟର କରି ହିନ୍ଦୁଙ୍କ ବିରୁଦ୍ଧରେ ବୈମନସ୍ୟ ବଢାଇବାର ପ୍ରୟାସରେ ଲଗାତାର କାମ ଚାଲିଛି ।

ଇସଲାମ ଯେଉଁ ଠାରୁ ଆରମ୍ଭ ହୋଇଛି ସେହି ଦେଶ ହିଁ ଏବେ ତବଲୀଗୀ ଜମାତକୁ ନିଷିଦ୍ଧ ଘୋଷଣା କରିଛି ।  ସବୁଠାରୁ ବଡ କଥା ହେଉଛି ସାଉଦୀ ଆରବ ତବଲୀଗୀ ଜମାତକୁ ବ୍ୟାନ କରିବାକୁ  ଯାଇ ଏହାକୁ ଆତଙ୍କବାଦର ଦ୍ୱାର ବୋଲି କହିଛି ।

ସାଉଦୀ ଆରବର ଇସଲାମୀ ମାମଲାର ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।  ଏଥିରେ କୁହା ଯାଇଛି  - ମନ୍ତ୍ରୀ ଡ. ଅବଦୁଲ୍ଲାତିଫ ଅଲ ଶେଖ  ତବଲୀଗୀ ଜମାତ ଓ ଦାବାହ ସମୂହ ଉପରେ ବ୍ୟାନ ଲଗାଇ ଦେଇଛନ୍ତି ।  ବିଭାଗ ପକ୍ଷରୁ  କରା ଯାଇଥିବା ଟ୍ୱିଟରେ   ସମସ୍ତ ସମଜିଦର ଇମାମ  ମାନଙ୍କୁ ଶୁକ୍ରବାର ନମାଜରେ ଆସୁଥିବା ଲୋକ ମାନଙ୍କୁ ଏ ସମ୍ପର୍କରେ ସୂଚନା ଦେବା ପାଇଁ  ଏହି ସଂଗଠନରୁ ଦୂରରେ ରହିବାକୁ ପ୍ରେରିତ କରିବାକୁ କୁହା ଯାଇଛି । କେବଳ ସେତିକି ନୁହେଁ ସାଉଦୀ ସରକାର ମସଜିଦର ଇମାମ ମାନଙ୍କୁ ତାଙ୍କର ନମାଜ ଭାଷଣରେ ଏହି ଦୁଇ ସଂଗଠନର ବିପଦ ସମ୍ପର୍କରେ ମଧ୍ୟ ଅବଗତ କରାଇବାକୁ ନିର୍ଦେଶ ଦେଇଛନ୍ତି । ଶୁକ୍ରବାର ନମାଜ ସମୟରେ ଇମାମ ମାନେ ନିମ୍ନ ଲିଖିତ ବିଷୟରେ କହିବେ ଓ ଲୋକଙ୍କୁ ଅବଗତ କରାଇବେ ବୋଲି ଏଥିରେ କୁହା ଯାଇଛି । 

ସାଉଦୀ ଆରବ ସରକାରଙ୍କ ଏହି ନିଷ୍ପତିର ସମଗ୍ର ବିଶ୍ୱରେ ବିଶେଷ ଭାବରେ ଭାରତ ଉପରେ ଦୀର୍ଘକାଳୀନ ପ୍ରଭାବ ପଡିବାକୁ ଯାଉଛି । କାରଣ ସାଉଦୀ ସରକାର ଏହି ସଂସ୍ଥାକୁ କେବଳ ନିଷିଦ୍ଧ ଘୋଷଣା କରି ନାହିଁ ବରଂ ଏହାକୁ ଆତଙ୍କବାଦର ଦ୍ୱାର ବୋଲି କହିଛି । ସାଉଦୀ ଆରବର ସଂଗଠନକୁ ନିଷିଦ୍ଧ କରାଯିବା ଘୋଷଣା ପରେ ଏହି ସଂଗଠନ ର କାର‌୍ୟ୍ୟକଳାପ  ବିଭିନ୍ନ ଦେଶର ସ୍କାନରେ  ଆସିବ ବୋଲି ଆଶା କରା ଯାଉଛି ।

Author Image

Dr Samanwaya

Recent Posts

The Independence:ପାଣ୍ଡିଆନଙ୍କ-ରାଜନୈତିକ-ଅଭିଳାଷକୁ-ଚରିତାର୍ଥ-କରିବା-ପାଇଁ-ବିଜେଡିର-ମ୍ୟାନିଫେଷ୍ଟୋ-ଆସିଛି-ଅନିଲ-ବିଶ୍ୱାଳ

ପାଣ୍ଡିଆନଙ୍କ-ରାଜନୈତିକ-ଅଭିଳାଷକୁ-ଚରିତାର୍ଥ-କରିବା-ପାଇଁ-ବିଜେଡିର-ମ୍ୟାନିଫେଷ୍ଟୋ-ଆସିଛି-ଅନିଲ-ବିଶ୍ୱାଳ

The Independence:Prime-Minister-Modi-will-come-to-Odisha-tomorrow

କାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

The Independence:Naveen-Bishnudev-Sai-has-not-done-anything-new-for-the-development-of-Odisha

ଓଡ଼ିଶାର ବିକାଶ ପାଇଁ ନୂଆ କିଛି କରିନାହାନ୍ତି ନବୀନ –ବିଷ୍ଣୁଦେବ ସାଏ

The Independence:Union-Ministers-response-to-allegations-of-BJP-breaking-BJD

ବିଜେଡିକୁ ବିଜେପି ଭାଙ୍ଗି ଦେବା ଅଭିଯୋଗ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

The Independence:BJP-delegation-met-the-Chief-Electoral-Officer-of-the-state

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:The-Union-Minister-went-door-to-door-in-Sambalpur

ସମ୍ବଲପୁରରେ ଘର ଘର ବୁଲି ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

The Independence:Hundreds-of-BJJ-leaders-and-workers-from-Bari-constituency-joined-the-BJP

ବରୀ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ ବିଜେପିରେ ଯୋଗ ଦେଲେ

The Independence:BJP-delegation-met-the-Chief-Electoral-Officer-of-the-state

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:PMs-press-conference-in-Sambalpur-with-Modi-guarantee-and-Odisha-resolution-letter

ମୋଦୀ ଗ୍ୟାରେଣ୍ଟି ଏବଂ ଓଡ଼ିଶା ସଂକଳ୍ପ ପତ୍ର ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ୍

The Independence:BJG-government-will-end-Baijayant-Panda

ବିଜେଡି ସରକାରର ଅନ୍ତ ହେବ: ବୈଜୟନ୍ତ ପଣ୍ଡା

The Independence:BJC-candidate-Pranab-Das-showed-2-in-Arts-in-2009-while-science-student-showed-2-in-2024-is-ridiculous-Thachanambar-Acharya

ବିଜେଡି ପ୍ରାର୍ଥୀ ପ୍ରଣବ ଦାସ ସତ୍ୟପାଠରେ ୨୦୦୯ରେ +୨ କଳା ଦେଖାଇଥିବା ବେଳେ ୨୦୨୪ରେ +୨ ବିଜ୍ଞାନ ଛାତ୍ର ଦେଖାଇବା ହାସ୍ୟାସ୍ପଦ: ପିତାମ୍ବର ଆଚାର୍ଯ୍ୟ

The Independence:Union-Minister-in-Sambalpur-at-the-merger-festival

ସମ୍ବଲପୁରରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ

The Independence:ରାଜ୍ୟ-ମୁଖ୍ୟ-ନିର୍ବାଚନ-ଅଧିକାରୀଙ୍କୁ-ଭେଟିଲା-ବିଜେପି-ପ୍ରତିନିଧିମଣ୍ଡଳୀ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:June-4-Expiry-date-of-BJG-Govt---Prime-Minister

ଜୁନ୍ ୪ ବିଜେଡି ସରକାରର ଏକ୍ସପାୟରୀ ଡେଟ୍ – ପ୍ରଧାନମନ୍ତ୍ରୀ

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Cow-Slaughtering-Beef-Smuggling-in-Odisha-High

Odisha : ବୃଦ୍ଧି ପାଇବାରେ ଲାଗିଛି ଗୋମାଂସ ଚୋରାଚାଲାଣ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା