The Independence:Pakistan-Agenda-on-Akshardeep-Singh-Pakistan-India-Cricket-Match

 ଡ. ସମନ୍ବୟ ନନ୍ଦ

ପାକିସ୍ତାନର ଏଜେଣ୍ଡା ହେଲା ଭାରତକୁ ଅସ୍ଥିର କରିବା । ଦୟନୀୟ ଆର୍ଥିକ ସ୍ଥିତିରେ ଥିବା ପାକିସ୍ତାନ ତାର ଲୋକଙ୍କୁ  ଖାଇବାକୁ ନ ଦେଇ ପାରି  କାଙ୍ଗାଳ ହେବାକୁ ବସିଲେ ସୁଦ୍ଧା  ଭାରତକୁ ଅସ୍ଥିର କରିବାକୁ ତାର ଏଜେଣ୍ଡା ଜାରୀ ରଖିଛି । ପାକିସ୍ତାନ ଭାରତକୁ ଅସ୍ଥିର କରିବାକୁ ଭାରତର ଲୋକ ମାନଙ୍କୁ ପରସ୍ପର ବିରୁଦ୍ଧରେ ଲଢେଇ କରାଇବା, ସେମାନଙ୍କ ମଧ୍ୟରେ କଟୁତା ଉତ୍ପନ୍ନ କରିବା ଦିଗରେ ଲଗାତାର କାର‌୍ୟ୍ୟ କରି ଆସୁଛି । କିଛି ମୁଷ୍ଟିମେୟ ଲୋକଙ୍କୁ ଧରି ଖଲିସ୍ତାନ ନାମରେ ଶିଖ ମାନଙ୍କୁ ଦେଶରୁ ଅଲଗା କରିବାକୁ ସେ ଲଗାତାର ପ୍ରୟାସ କରି ଆସିଛି ।  ହେଲେ ଶିଖ ମାନେ ପାକିସ୍ତାନର ଏହି ଏଜେଣ୍ଡାକୁ ଭଲ ଭାବେ ବୁଝିଛନ୍ତି । ତେଣୁ ୮୦ ଦଶକରେ ଆଇଏସଆଇ ସମ୍ପୂର୍ଣ ପଂଜାବରେ  ଆତଙ୍କବାଦର ନିଆଁ ଲଗାଇଥିଲା । ହେଲେ ସାଧାରଣ ଲୋକଙ୍କ ସମର୍ଥନ ଅଭାବରୁ ସେଥିରେ ସେ ସଫଳ ହୋଇ ପାରି ନ ଥିଲା ।  ଏବେ ମଧ୍ୟ ଯଦା କଦା ସେମାନେ ଖଲିସ୍ତାନର କଥା ଉଠାଇଥାନ୍ତି । କାନାଡା ପରି ଦେଶ ମାନଙ୍କରେ  ଏହାକୁ ନେଇ କେବେ କେବେ ଧାରଣା ପ୍ରଦର୍ଶନ ମଧ୍ୟ କରିଥାନ୍ତି । ହେଲେ ପାକିସ୍ତାନ ଏହି ମାମଲାରେ ସଫଳ ହୋଇ ପାରି ନାହିଁ।  ତେବେ ଏହା ସତ୍ୱେ ପାକିସ୍ତାନ ତାର ଏହି ପ୍ରୟାସ ଛାଡି ନାହିଁ । ଏହାକୁ ଲଗାତାର ଜାରୀ ରଖିଛି ।

ପାକିସ୍ତାନ ଏବେ ଭାରତରେ ଲୋକ ମାନଙ୍କ ମଧ୍ୟରେ ବିବାଦ ବଢାଇବା ପାଇଁ ଅନେକ ପ୍ରକାର ନୂଆ ନୂଆ ଉପାୟ ଅବଲମ୍ବନ କରିବା ଆରମ୍ଭ କଲାଣି । ତାର ଏକ ଉଦାହରଣ ଏବେ ଦେଖିବାକୁ ମିଳିଛି । 

ଭାରତ – ପାକିସ୍ତାନ କ୍ରିକେଟ ମ୍ୟାଚରେ ଭାରତ ପରାଜିତ ହୋଇଛି । ଖେଳରେ ଜୟ ପରାଜୟ ଲାଗି ରହିଥାଏ । ଏଥିରେ କିଛି ନୂଆ କଥା ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ ବିଷୟ ହେଲା ଯେ ଏହି ପାକିସ୍ତାନ ଓ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଏହି ମ୍ୟାଚରେ ଭାରତର ପରାଜୟ ଓ ଏକ ଘଟଣାକୁ ନେଇ ଭାରତ ବିରୁଦ୍ଧରେ ଏକ ବଡ ଷଡଯନ୍ତ୍ର ଆରମ୍ଭ କରି ଦେଇଛି।

ଏହି ମ୍ୟାଚରେ ଅର୍ଶଦୀପ ସିଂହ ନାମକ ଜଣେ ନବାଗତ ଖେଳାଳୀ ମ୍ୟାଚରେ ଗୋଟିଏ କ୍ୟାଚ ହାତଛଡା କରି ଦେଇଥିଲେ । ଖେଳରେ ଏପରି ହୋଇଥାଏ । ସମର୍ଥକ ଦର୍ଶକ ମାନେ ମଧ୍ୟ ଏଥି ପ୍ରତି ଅସନ୍ତୋଷ ପ୍ରକାଶ ମଧ୍ୟ କରିଥାନ୍ତି । ଏଥିରେ କିଛି ନୂଆ କଥା ନାହିଁ । ହେଲେ ଅର୍ଶଦୀପଙ୍କ ମାମଲାରେ ପାକିସ୍ତାନରୁ ଏକ ଭୟଙ୍କର ଇନଫର୍ମେସନ ଜିହାଦ ଆରମ୍ଭ କରା ଯାଇଛି । ପାକିସ୍ତାନର କିଛି ଟ୍ୱିଟର ହ୍ୟାଣ୍ଡେଲରୁ  ଅପ ପ୍ରଚାର କରାଯାଉଛି ଯେ ଭାରତର ଲୋକ ମାନେ ଅର୍ଶଦୀପଙ୍କୁ ଖାଲିସ୍ତାନୀ ବୋଲି କହି ସୋସିଆଲ ମିଡିଆରେ ଗାଳି ଗୁଲଜ କରୁଛନ୍ତି । ସେ ଖଲିସ୍ତାନୀ ହୋଇଥିବାରୁ ଏହି କ୍ୟାଚ ଛାଡିଛନ୍ତି ବୋଲି ଏହି ଟ୍ୱିଟ ମାନଙ୍କରେ କୁହା ଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ଯେ ଏହି ଟ୍ୱିଟର ହ୍ୟାଣ୍ଡେଲ ଗୁଡିକର ନାମ ହିନ୍ଦୁ ମାନଙ୍କର ନାମରେ ରହିଛି । ଏହି ପୋଷ୍ଟ ଗୁଡିକ ପାକିସ୍ତାନରୁ କରାଯାଇଛି ବୋଲି ସାଧାରଣ ଭାବେ କେହି ଜାଣି ପାରିବେ ନାହିଁ ।

ବାସ୍ତବରେ ଭାରତର କୌଣସି ଖେଳାଳୀ ଭଲ ପ୍ରଦର୍ଶନ କଲେ ତାଙ୍କୁ ଦର୍ଶକ ମାନେ ପ୍ରଶଂସା କରିଥାନ୍ତି । ସେହିପରି ଖରାପ ପ୍ରଦର୍ଶନ କଲେ ତାଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଥାନ୍ତି । ହେଲେ ଏଇ ପୂରା ପ୍ରକରଣରେ ଖଲିସ୍ତାନ କେଉଁଠୁ ଆସିଲା ?

କିଛି ସମୟ ମଧ୍ୟରେ ଏହି ବିଷୟ  ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରି ଦେଲା ।  ଏହା ପରେ ପାକିସ୍ତାନୀ ଟ୍ୱିଟର ହ୍ୟାଣ୍ଡେଲ ମାନଙ୍କର କାମ ଶେଷ ହେଲା । ଏହା ପରେ ପାକିସ୍ତାନର ଭାରତରେ ଥିବା ଇକୋ ସିଷ୍ଟମର ଲୋକ ମାନଙ୍କର କାମ ଆରମ୍ଭ ହୋଇଥିଲା । ସବୁବେଳେ ଇସଲାମୀ ଏଜେଣ୍ଡା ଓ ହିନ୍ଦୁ ବିରୋଧକୁ ପ୍ରୋତ୍ସାହନ ଦେଉଥିବା ଅନେକ ଲୋକ ଏହି ପ୍ରସଙ୍ଗରେ ଟ୍ୱିଟ କରିବା ଆରମ୍ଭ କରି ଦେଲେ । ସେମାନେ ଟ୍ୱିଟ କରି କହିଲେ ଯେ ଭାରତରେ ଏବେ ଶିଖ  ମାନଙ୍କୁ ଖଲିସ୍ତାନୀ ବୋଲି କହିବା ଆରମ୍ଭ କରି ଦେଲେଣି । ଭାରତରେ ହିନ୍ଦୁ ମାନେ ଏବେ ଏପରି ହୋଇ ଗଲେଣି ।

 ପ୍ରଥମେ ପାକିସ୍ତାନରୁ ଏହି ଇନଫର୍ମେସନ ଜିହାଦ ଆରମ୍ଭ ହୋଇଥିଲା ।  ପରେ ଭାରତରେ ବସିଥିବା ପାକିସ୍ତାନୀ ଇକୋ ସିଷ୍ଟମର ଲୋକ ମାନେ ଏହି କଥାକୁ ଆଗକୁ ବଢାଇବା ପରେ କିଛି ଭାରତୀୟ ମଧ୍ୟ  ଆଇଏସଆଇର ଗେମ ପ୍ଲାନ ସମ୍ପର୍କରେ ନ ବୁଝି ଅଜାଣତରେ ଏହା ଉପରେ ପ୍ରତିକ୍ରିୟା ଦେବା ଆରମ୍ଭ କରି ଦେଲେ । ଏପରି କରିବା ବେଳେ ସେମାନେ  ବୁଝି ପାରୁ ନ ଥିଲେ ଯେ ସେମାନେ ଅଜାଣତରେ ଆଇଏସଆଇର ଷଡଯନ୍ତ୍ରର ଜାଲରେ ଫସି ଯାଇଛନ୍ତି ।

ପାକିସ୍ତାନ ଓ ଏହାର ଗୁଇନ୍ଦା ସଂସ୍ଥା ଭାରତକୁ କେବଳ  ତାଲିମ ଦେଇ କେବଳ ଆତଙ୍କବାଦୀଙ୍କୁ ପଠାଏ ନାହିଁ । ଭାରତର ଲୋକ ମାନଙ୍କ ମଧ୍ୟରେ ଏକତା ନଷ୍ଚ କରିବା, ଜଣଙ୍କୁ ଅନ୍ୟ ଜଣଙ୍କ ବିରୁଦ୍ଧରେ ଉସୁକାଇବା, ତିକ୍ତତା ସୃଷ୍ଟି କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ କରେ । ଏବେ ସୋସିଆଲ ମିଡିଆ ଏଭଳି କରିବାର ସବୁଠାରୁ ବଡ ମାଧ୍ୟମ । କାରଣ ଏଇଥିରେ ନାମ ବଦଳାଇ କେଉଁ ଠାରୁ ହେଲେ ସୋସିଆଲ ମିଡିଆରେ ପୋଷ୍ଟ କରି ତାକୁ ଭାରତରୁ ପୋଷ୍ଟ କରାଯାଉଛି ବୋଲି କୁହା ଯାଇ ପାରିବ ।  ପାକିସ୍ତାନ ଠିକ ଏଇଆ କରି ଭାରତ ବିରୁଦ୍ଧରେ  ଇନଫର୍ମେସନ ଜିହାଦ ଚଳାଇଛି ।   ତେଣୁ ପ୍ରତ୍ୟେକ ଭାରତୀୟକୁ ପାକିସ୍ତାନ ଓ ଆଇଏସଆଇର ଏହି ଭୟଙ୍କର ଷଡଯନ୍ତ୍ରକୁ ବୁଝିବାକୁ ପଡିବ ।

Author Image

Dr Samanwaya

Recent Posts

The Independence:ପାଣ୍ଡିଆନଙ୍କ-ରାଜନୈତିକ-ଅଭିଳାଷକୁ-ଚରିତାର୍ଥ-କରିବା-ପାଇଁ-ବିଜେଡିର-ମ୍ୟାନିଫେଷ୍ଟୋ-ଆସିଛି-ଅନିଲ-ବିଶ୍ୱାଳ

ପାଣ୍ଡିଆନଙ୍କ-ରାଜନୈତିକ-ଅଭିଳାଷକୁ-ଚରିତାର୍ଥ-କରିବା-ପାଇଁ-ବିଜେଡିର-ମ୍ୟାନିଫେଷ୍ଟୋ-ଆସିଛି-ଅନିଲ-ବିଶ୍ୱାଳ

The Independence:Prime-Minister-Modi-will-come-to-Odisha-tomorrow

କାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

The Independence:Naveen-Bishnudev-Sai-has-not-done-anything-new-for-the-development-of-Odisha

ଓଡ଼ିଶାର ବିକାଶ ପାଇଁ ନୂଆ କିଛି କରିନାହାନ୍ତି ନବୀନ –ବିଷ୍ଣୁଦେବ ସାଏ

The Independence:Union-Ministers-response-to-allegations-of-BJP-breaking-BJD

ବିଜେଡିକୁ ବିଜେପି ଭାଙ୍ଗି ଦେବା ଅଭିଯୋଗ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

The Independence:BJP-delegation-met-the-Chief-Electoral-Officer-of-the-state

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:The-Union-Minister-went-door-to-door-in-Sambalpur

ସମ୍ବଲପୁରରେ ଘର ଘର ବୁଲି ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

The Independence:Hundreds-of-BJJ-leaders-and-workers-from-Bari-constituency-joined-the-BJP

ବରୀ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ ବିଜେପିରେ ଯୋଗ ଦେଲେ

The Independence:BJP-delegation-met-the-Chief-Electoral-Officer-of-the-state

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:PMs-press-conference-in-Sambalpur-with-Modi-guarantee-and-Odisha-resolution-letter

ମୋଦୀ ଗ୍ୟାରେଣ୍ଟି ଏବଂ ଓଡ଼ିଶା ସଂକଳ୍ପ ପତ୍ର ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ୍

The Independence:BJG-government-will-end-Baijayant-Panda

ବିଜେଡି ସରକାରର ଅନ୍ତ ହେବ: ବୈଜୟନ୍ତ ପଣ୍ଡା

The Independence:BJC-candidate-Pranab-Das-showed-2-in-Arts-in-2009-while-science-student-showed-2-in-2024-is-ridiculous-Thachanambar-Acharya

ବିଜେଡି ପ୍ରାର୍ଥୀ ପ୍ରଣବ ଦାସ ସତ୍ୟପାଠରେ ୨୦୦୯ରେ +୨ କଳା ଦେଖାଇଥିବା ବେଳେ ୨୦୨୪ରେ +୨ ବିଜ୍ଞାନ ଛାତ୍ର ଦେଖାଇବା ହାସ୍ୟାସ୍ପଦ: ପିତାମ୍ବର ଆଚାର୍ଯ୍ୟ

The Independence:Union-Minister-in-Sambalpur-at-the-merger-festival

ସମ୍ବଲପୁରରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ

The Independence:ରାଜ୍ୟ-ମୁଖ୍ୟ-ନିର୍ବାଚନ-ଅଧିକାରୀଙ୍କୁ-ଭେଟିଲା-ବିଜେପି-ପ୍ରତିନିଧିମଣ୍ଡଳୀ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:June-4-Expiry-date-of-BJG-Govt---Prime-Minister

ଜୁନ୍ ୪ ବିଜେଡି ସରକାରର ଏକ୍ସପାୟରୀ ଡେଟ୍ – ପ୍ରଧାନମନ୍ତ୍ରୀ

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Cow-Slaughtering-Beef-Smuggling-in-Odisha-High

Odisha : ବୃଦ୍ଧି ପାଇବାରେ ଲାଗିଛି ଗୋମାଂସ ଚୋରାଚାଲାଣ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା