ରାଜ୍ୟ ସରକାର ଏହି ଗାନ୍ଧୀ ଜୟନ୍ତୀରେ ଏକ ବିଜ୍ଞପ୍ତି ବାହାର କରିଛନ୍ତି, ଯାହା ଅନେକଙ୍କୁ କେବଳ ଆଶ୍ଚର୍ଯ୍ୟ କରିନି ବଂର ନିରାଶ ମଧ୍ୟ କରିଛି । ଗାନ୍ଧୀ ଜୟନ୍ତ୍ରୀରେ ଗାନ୍ଧୀଙ୍କର ବିଚାରକୁ ହତ୍ୟା କରି, ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଗୋଶାଳାରେ ଥିବା ସମସ୍ତ ୩୩ଟି ଗାଈକୁ ନିଲାମ କରିବା ପାଇଁ ନିଷ୍ପତି ନେଇଛନ୍ତି । ପ୍ରଶ୍ନ ଉଠୁଛି ଯେ କଣ ସରକାର ଗାଈକୁ ଭଙ୍ଗା ବସ କି ପୁରୁଣା ଲୁହା ଭାବୁଛନ୍ତି କି?
ଗାଈ କେବଳ ଏକ ପଶୁ ନୁହେଁ ବଂର ଏହା ହେଉଛି କୋଟି କୋଟି ହିନ୍ଦୁମାନଙ୍କର ପୁଜ୍ୟ । ଭାରତୀୟ ସମାଜରେ ଗାଈକୁ ଗୋମାତା ବୋଲି ଆଖ୍ୟା ଦିଆଯାଇଛି । ହେଲେ ରାଜ୍ୟ ସରକାର କାହିଁକି ଏପରି ନିଷ୍ପତି ନେଇଛନ୍ତି ? ଏହା ଦେଶର ପଶୁ ଅଧୀକାର ଆଇନ ଓ ରାଜ୍ୟରେ ଥିବା ଗୋହତ୍ୟା ନିରୋଧ ଆଇନର ବିରୋଧାଭାସ କରୁନାହିଁ କି, ଏହା ଉପରେ ଏବେ ଆଲୋଚନା କରିବା ଦରକାର ।

ଖେର୍ଦ୍ଧା ଜିଲ୍ଲାର ଜାମୁଝରିରେ ଅଛି ଏକ ମୁକ୍ତାକାଶ ଜେଲ । ସେହି ଆଶ୍ରମ ଜେଲରେ ରୁହନ୍ତି କିଛି ସଜ୍ଜା କାଟୁଥିବା କଏଦି । ଯେଉଁମାନେ କୌଣସି ବିଶେଷ ପରିସ୍ଥିତିରେ ପଡି କିଛି ଅପରାଧ ଘଟାଇ ଦେଲା ପରେ ପଶ୍ଚାତାପ କରନ୍ତି ଓ ମୁଖ୍ୟ ଜେଲରେ ସେମାନଙ୍କର ଆଚ୍ଚରଣ ଭଲ ଥାଏ ସେଭଳି କିଛି କଏଦିଙ୍କୁ ଏଠାରେ ରଖାଯାଏ । ଏଠାରେ ଅଛି ଏକ ଗୋଶାଳା ।
କଏଦିମାନେ ଏହି ଗୋଶାଳାରେ ଗୋସେବା କରନ୍ତି ଓ ଗାଈମାନଙ୍କର ଯତ୍ନ ନିଅନ୍ତି । ହେଲେ ରାଜ୍ୟ ସରକାର ଏବେ ସେହି ଗୋଶାଳାରୁ ଗାଈମାନଙ୍କୁ ନିଲାମ କରିଦେବେ । ସେହି ଆଶ୍ରମ ଜେଲରେ ଥିବା ଅନ୍ତେବାସିମାନଙ୍କର ବିରୋଧ ସତ୍ୱେ ସରକାର ଏପରି ନିଲାମ କରୁଛନ୍ତି ।
ଓଡିଶା ସରକାରଙ୍କର ଏହି ବିଜ୍ଞପ୍ତିରେ ଲେଖାଯାଇଛି ଯେକୌଣସି ବ୍ୟକ୍ତି ଅଧିକ ମୂଲ୍ୟ ଡାକିବ ସେ ସେହି ଗାଈକୁ ନେଇଯିବ । ଏହା ପରେ ସେ ଯଦି କଂସେଇ ଖାନାରେ ବିକିଲା ବା ହତ୍ୟା କରିଲା ତାହା ଆଇନ ସମ୍ମତ ହେବ କି?
ଓଡିଶା ଦେଶର ପ୍ରଥମ ରାଜ୍ୟ ଯେଉଁ ଠାରେ ଗୋହତ୍ୟା ନିରୋଧ ଆଇନ ଆସିଥିଲା । ଆଜିବି ସେହି ଆଇନ ଅନୁସାରେ ଓଡିଶାରେ ଗୋହତ୍ୟା ବେଆଇନ ଓ ଗୋଚାଲାଣ ବେଆଇନ । ହେଲେ ଯେତେବେଳେ ସରକାର ଗାଈକୁ ନିଲାମରେ ଡାକୁଛନ୍ତି ସେତେବେଳେ ନିଲାମ ନେଇଥିବା ଲୋକ ଯଦି ଗାଈକୁ କଂସେଇ ଖାନାକୁ ଚାଲାଣ କରେ ବା ହତ୍ୟା କରେ ତାହେଲେ ଓଡିଶାରେ ଲାଗୁ ହୋଇଥିବା ଓଡିଶା ଗୋହତ୍ୟା ନିରୋଧ ଆଇନ ୧୯୬୦କୁ ଏହା ବିରୋଧ କରିବ ନାହିଁ ତ?