ସମ୍ବଲପୁର ଓ ବାଲେଶ୍ବର ପରେ ରାଜଧାନୀ ଭୁବନେଶ୍ବର । ରାଜଧାନୀରେ ବାଂଲାଦେଶୀ ( Illegali Bangladeshi ) ଅନୁପ୍ରବେଶକାରୀଙ୍କୁ ନେଇ ଚିନ୍ତା । କିଏ ବସ୍ତିରେ ତ ଆଉ କିଏ ରେଳ ଷ୍ଟେସନ, କିଏ ଜରି ଗୋଟାଉଛି, ତ କିଏ ଖୋଲା ଆକାଶ ତଳେ ରହି ଚଳାଉଛି କାରବାର । ବର୍ଷ ବର୍ଷ ଧରି ରାଜଧାନୀରେ ରହି ନିଜର କାୟା ବିସ୍ତାର କରିସାରିଲେଣି ବାଂଲାଦେଶୀ । ଦୀର୍ଘ ବର୍ଷ ଧରି ଗୋଟିଏ ସ୍ଥାନରେ ରହିବା ଆଉ ପରେ ଜାଗା ହଡ଼ପ କରିବା, ରାତିରେ ଅନେକ ଅନୈତିକ କାର୍ଯ୍ୟରେ ଲିପ୍ତ ରହିବା, ହଥିୟାର ଧରି ଅପରାଧ ( Nacrotics Jihad ) ଭିଆଇବା ଭଳି ଅପରାଧିକ କାର୍ଯ୍ୟରେ ( Love Jihad ) ଏମାନଙ୍କ ନାଁ ଆଗରେ। ହେଲେ ସରକାର ଏକଦମ ଚୁପ୍ । ବସ୍ତି ବାସିନ୍ଦାଙ୍କ ଅଭିଯୋଗ ଅନେକ ଅନୁପ୍ରବେଶକାରୀ ୫ ବର୍ଷ ଭିତରେ ଆସି ଏଠି ଘର କରି ରହିଲେଣି ।
ଅନ୍ୟ ରାଜ୍ୟରୁ ମେସିନ, ମିସ୍ତ୍ରୀ, ଦିନ ମଜୁରିଆ, ଅନ୍ୟାନ୍ୟ କାର୍ଯ୍ୟରେ ଟ୍ରେନିଂ ନେଇ, ଏଠି ଆସି କାମ ଆଳରେ ରହୁଛନ୍ତି । ଯାହାଫଳରେ ବସ୍ତି ଲୋକେ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି । ସେପଟେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ କହିଛନ୍ତି ସରକାର ଏ ଦିଗ ପ୍ରତି ଯତ୍ନଶୀଳ ନୁହଁନ୍ତି । ନିର୍ଦ୍ଦିଷ୍ଟ ଆଇନ୍ ପ୍ରଣୟନ କରୁନାହାନ୍ତି । ଏବେ ବଡ଼ ପ୍ରଶ୍ନ ଅନୁପ୍ରବେଶ ଉପରେ କାହିଁକି ଲାଗୁନାହିଁ ରୋକ୍, ଅନୁପ୍ରେବଶକାରୀଙ୍କ ସୁରକ୍ଷାରେ କି ପୋଲିସ, କାହିଁକି ବେଆଇନ ଜବରଦଖଲ ଉଚ୍ଛେଦ ହେଉନାହିଁ, ଆଇନ ସମସ୍ତଙ୍କ ପାଇଁ ସମାନ ନା ଅନୁପ୍ରବେଶକାରୀଙ୍କ ପାଇଁ ଅଲଗା, ଲ୍ୟାଣ୍ଡ ଜିହାଦ ( Land Jihad ) ସଂପର୍କରେ ସରକାର ଅବଗତ ତ, ନା ସବୁ ଜାଣି ବି ଭୋଟ ବ୍ୟାଙ୍କ ପଲିଟିକ୍ସ ପାଇଁ ଚୁପ୍ ।