ବଙ୍ଗଳାଦେଶକୁ ଆମେ ସ୍ୱାଧୀନ କଲେ । ସେମାନେ ପାକିସ୍ତାନଠାରୁ ଯେଉଁ ସ୍ୱାଧୀନତା ପାଇଲେ ସେଥିରେ ବହୁ ଭାରତୀୟ ହିନ୍ଦୁ ସୈନ୍ୟ ବଳିଦାନ ଦେଇଥିଲେ । ହେଲେ ସେହି ବଙ୍ଗଳାଦେଶରେ ରହିଯାଇଥିବା ହିନ୍ଦୁମାନଙ୍କ ଉପରେ ସେଠାରେ ଥିବା ସଂଖ୍ୟାଧିକ ମୁସଲିମମାନେ ଅକଥନୀୟ ଅତ୍ୟାଚାର କରୁଛନ୍ତି । ହିନ୍ଦୁମାନଙ୍କ ଘରପୋଡି ଦେବା, ମନ୍ଦିର ଭାଙ୍ଗିଦେବା, ହିନ୍ଦୁମାନଙ୍କ ଜମି ଉପରେ ଜବରଦସ୍ତି କବଜା କରିଦେବା, ମହିଳାମାନଙ୍କୁ ବଳାତ୍କାର କରିବା, ହିଂସା ଏସବୁ ଏବେ ବଙ୍ଗଳାଦେଶରେ ନିୟମିତ ଘଟଣା ହୋଇଯାଇଛି ।
ନଭେମ୍ବର ମାସରେ ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣର କିଛି ଖବର ପଢନ୍ତୁ
୧ - ଦିନାଜପୁର – ମା କାଳିଙ୍କର ମୁଣ୍ଡକୁ ଭାଙ୍ଗିଦେଲେ
ନଭେମ୍ବର ୪ ତାରିଖ ଦିନ ଦିନାଜପୁରର ଖମରପରା ଗାଁରେ ମୁସଲିମମାନେ ହିନ୍ଦୁମାନଙ୍କର ଏକ ପୁଜା ମଣ୍ଡପରୁ କାଳି ମା ଙ୍କର ମୁଣ୍ଡକୁ ଭାଙ୍ଗିଦେବା ସହିତ ସେଠାରେ ଥିବା ଏକ ଶିବ ବିଗ୍ରହକୁ ନେଇଗଲେ ।
୨ – ଢାକା – ସ୍କୁଲ ପରୀକ୍ଷା ପ୍ରଶ୍ନରେ ହିନ୍ଦୁମାନଙ୍କୁ ସାମ୍ପ୍ରଦାୟିକ ଆକ୍ଷେପ
ବଙ୍ଗଳାଦେଶରେ ଦଶମ ଶ୍ରେଣୀର ପରୀକ୍ଷାର ଏକ ପ୍ରଶ୍ନରେ ହିନ୍ଦୁମାନଙ୍କୁ ଆକ୍ଷେପ କରାଯାଇଥିଲା । ଗୋପାଳ ଓ ନେପାଳ ନାମକ ଦୁଇ ଭାଇ ଥିଲେ । ସେମାନଙ୍କ ଭିତରେ ସମ୍ପତି ବିବାଦର ସମାଧାନ ହୋଇପାରିଲା ନାହିଁ । ତେଣୁ ନେପାଳ ତାର ସମ୍ପତିର କିଛି ଅଂଶକୁ ଭିଟ ନାମକ ଜଣେ ମୁସଲିମକୁ ଦେଇଦେଲା । ଭିଟ ସେଠାରେ ରହିବା ସହିତ ଗୋପାଳର ଘର ଆଗରେ ଏକ ଗାଇ କୁ ହତ୍ୟା କରିଦେଲା । ଏହା ପରେ ଗୋପାଳ କାହାକୁ କିଛି ନକହି ଭାରତ ପଳାଇଲା ବୋଲି ସେହି ପ୍ରଶ୍ନରେ ଲେଖାଥିଲା ଯାହା ସେଠାରେ ରହୁଥୀବା ହିନ୍ଦୁମାନଙ୍କ ପ୍ରତି ଆପତି ଜନକ ଥିଲା ।
୩ – କୋମିଲା – ମା କାଳୀଙ୍କର ବିଗ୍ରହକୁ ମାଟିରେ ମିଶାଇ ଦିଆଗଲା
କୋମିଲାରେ ଥିବା ଏକ କାଳୀ ମନ୍ଦିରର ସମ୍ପତିକୁ କିଛି ମୁସଲିମ ଗାଁ ବାଲା ମାଡି ବସିଥିଲେ । ମାମଲା କୋର୍ଟରେ ବିଚାରଧୀନ ଅଛି । ନଭେମ୍ବର ୫ ତାରିଖ ଦିନ କିଛି ଅଜଣା ଲୋକ ମନ୍ଦିର ଭଙ୍ଗାରୁଜା କରିବା ସହିତ କାଳି ମୃତିକୁ ସମ୍ପୃର୍ଣ୍ଣ ଭାବରେ ଭାଙ୍ଗିଦେଇଛନ୍ତି ।
୪ - ଖୁଲାନା – ଲଭ ଜିହାଦର ଶୀକାର ହେବା ପରେ ହିନ୍ଦୁ ମହିଳାଙ୍କ ମୁଣ୍ଡ କାଟି ହତ୍ୟା
ଖୁଲାନା ମେଟ୍ରୋପଲିନାସ ଅଂଚଳରେ ଆବୁ ବାକିର ନାମକ ଜଣେ ଯୁବକର ଲଭ ଜିବାଦର ଶୀକାର ହୋଇଥିଲେ କବିତା ରାଣି ନାମକ ଜଣେ ହିନ୍ଦୁ ଯୁବତୀ । ନଭେମ୍ବର ୭ ତାରିଖ ଦିନ କବିତାଙ୍କର ଖଣ୍ଡ ବିଖଣ୍ଡିତ ଶବ ଉଦ୍ଦାର ହୋଇଛି । ପୋଲିସ ଏହି ଘଟଣାରେ ଆବୁ କୁ ଗିରଫ କରିଛି ।
୫- କୁସ୍ତିଆ – ହିନ୍ଦୁ ସଙ୍ଗୀତ ବଜାଇବାରୁ ଆକ୍ରମଣ
ବଙ୍ଗଳାଦେଶର କୁସ୍ତିଆ ଜିଲ୍ଲାର ଦୌଲତାପୁର ଅଂଚଳରେ ହିନ୍ଦୁମାନଙ୍କର ଲାଲୁନ ସମୁଦାୟର କିଛି ସାଧୁମାନେ ଭଜନ ବଜାଉଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଛି । ୫ ଜଣ ଆହତ ହୋଇ ଚିକିସ୍ତ୍ରା ହେଉଛନ୍ତି ।
୬ - ନାଓଗାଁ – ହିନ୍ଦୁମାନଙ୍କର ଧାନ ଫସଲକୁ ନଷ୍ଟ କରିଦେଲେ
ନାଓଗାଁ ଜିଲ୍ଲାର ପତନିତୋଳା ଅଂଚଳରେ ହିନ୍ଦୁମାନଙ୍କର ୬୦ ବିଘା ଚାଷ ଜମିରେ ହୋଇଥିବା ଧାନ ଫସଲକୁ ପୋଡି ଦେଇଛନ୍ତି ସେହି ଅଂଚଳର ମୁସଲିମମାନେ ।
୭- ଲାଲମୋନରିହାଟ – ୨୦୦ ବର୍ଷର ପୁରୁଣା ଶିବ ମନ୍ଦିରକୁ ଭାଙ୍ଗିଦେଲେ ଜିହାଦି ମାନେ
ଲାଲମୋନରିହାଟର ତିସ୍ତା ବଜାରରେ ଥିବା ଏକ ଶିବ ମନ୍ଦିରରେ ଥିବା ସମସ୍ତ ମୂର୍ତୀକୁ ଜିହାଦିମାନେ ଭାଙ୍ଗି ଦେଇଛନ୍ତି । ମନ୍ଦିରରେ ଥିବା ଦାନ ବାକ୍ସକୁ ମଧ୍ୟ ସେମାନେ ଲୁଟ କରି ନେଇଗଲେ ।
୮ – ଖୁଲନା – ହିନ୍ଦୁ ଘର ଭାଙ୍ଗିଦେଲେ
ନଭେମ୍ବର ୧୦ ତାରିଖ ଦିନ ଖୁଲନା ଅଂଚଳରେ ଜଣେ ହିନ୍ଦୁ ପରିବାରର ସର୍ବସ୍ୱାନ୍ତ କରିଦେଇଛନ୍ତି ମୁସଲିମମାନେ ।
୯ – ଟାଙ୍ଗାଇଲା – ୧୮ ନଭେମ୍ବର ଦିନ ଶାସକ ଆଓାମି ଦଳର ଗୁଣ୍ଡାମାନେ କଲେ ଟାଙ୍ଗାଇଲ ଜିଲ୍ଲାର ଭୁୟାପୁରରେ ଥିବା ଏକ ହିନ୍ଦୁ ପରିବାର ଉପରେ ଆକ୍ରମଣ କରିଛନ୍ତି ।
୧୦ – ଝେନାଇଦାର କାଳିଗଂଜ ଅଂଚଲରେ ଜଣେ ମିଜାନୁର ରହମାନ ନାମକ ଜଣେ ମୁସଲିମ ଜଣେ ହିନ୍ଦୁ ମହିଳାଙ୍କ ଉପରେ ବଳାତ୍କାର ଉଦ୍ୟମ କରି ସ୍ଥାନୀୟ ହିନ୍ଦୁମାନଙ୍କ ହାତରେ ଧରାପଡିଛି । ମିଜାନୁର ରହମାନ ହେଉଛି ସେହି ଅଂଚଳର ଜଣେ ମୌଲବିର ପୁଅ ।
୧୧- ସୁନାମଗଂଜ ଜିଲ୍ଲାର ଜମଲଗଂଜ ଗାଁରେ ୯ଟି ହିନ୍ଦୁ ପରିବାରକୁ ମୁସଲିମ ପଂଚାୟତ ଗାଁରୁ ବାସନ୍ଦ କରିଦେଇଛନ୍ତି । ବର୍ତମାନେ ସେମାନେ ବାସହିନ ଅବସ୍ଥାରେ ଗଛ ମୁଳେ ଆସରା ନେଇଛନ୍ତି ।
୧୨ – ଭାଲୁକାର ଜିଲ୍ଲା ଅଧ୍ୟକ୍ଷ ଗୋଲାମ ମୋସ୍ତାଫା ସେହି ଅଂଚଳରେ ଅନେକ ହିନ୍ଦୁମାନଙ୍କ ସମ୍ପତିକୁ ବେଆଇନ ଭାବରେ ଅକ୍ତିଆର କରିଛି । ନଭେମ୍ବର ମାସରେ ମଧ୍ୟ ଜଣେ ହିନ୍ଦୁ ପରିବାରର ଜମିକୁ ସେ ମାଡି ବସିଛି ।
୧୩ – ସବର ଅଂଚଳରେ ଗୋଟିଏ ହିନ୍ଦୁ ବାଳିକା ଜଣେ ମୁସଲିମ ଯୁବକ ଦ୍ୱାରା ଅପହରଣ ହୋଇଥିଲା । ପରେ ସେହି ଝିଅକୁ ଉଦ୍ଧାର କରାଯାଇଛି । ଝିଅର ପରିବାର ଅଭିଯୁକ୍ତ ଜାହାଙ୍ଗିର ରହମାନ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।