ଚାଇନାର ହୁ ସିହ ନାମକ ଜଣେ ରାଜନେତା, ସମାଜ ସଂସ୍କାରକ, ପରିବାଜ୍ରକ ଥିଲେ । ଚାଇନାର ନୁଆ ସାଂସ୍କୃତିକ ଆନ୍ଦୋଳନ, ଭାଷା ସଂସ୍କାର ଆଦିର ସେ ଥିଲେ ପଥ ପଦର୍ଶକ । ସେ ଚାଇନାର ପେକିଙ୍ଗ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦର ସଭାପତି ଥିଲେ । ସେ ଭାଷା ସାହିତ୍ୟ ପାଇଁ ନୋବେଲ ପୁରଷ୍କାର ମଧ୍ୟ ପାଇଥିଲେ । ସେ ଚାଇନାର ଅନେକ କ୍ଷେତ୍ରରେ ଭାରତର ପ୍ରଭାବ ଉପରେ ଆଲୋକପାତ କରିଥିଲେ ।
ଚାଇନାର ପୁରାତନ ଶୀକ୍ଷା ବ୍ୟବସ୍ଥା
ଚାଇନାର ପୁରାତନ ଶୀକ୍ଷା ବ୍ୟବସ୍ଥା ଭାରତଠାରୁ ଅନୁକରଣ କରାଯାଇଥିଲା ବୋଲି ହୁ ସିହ କହିଥିଲେ । ପ୍ରାଚୀନ ସମୟରେ ଚାଇନାରେ ଶୀକ୍ଷା ବ୍ୟବସ୍ଥା ଭାରତର ଗୁରୁକୁଳ ଭଳି ଥିଲା । ସେଠାରେ ପାରିବାରିକ ଶୀକ୍ଷା, ଶାସ୍ତ୍ର, କୃଷି ଆଦି ବିଷୟରେ ଯେଉଁ ଶୀକ୍ଷାଦାନ ହେଉଥିଲା ତାହା ଭାରତରୁ ଉଦ୍ଦୃତ ହୋଇ ପ୍ରଚଳନ ହେଉଥିଲା । ଚାଇନାର ପୁରାତନ କୃଷି ଶାସ୍ତ୍ର, ଚିକିସ୍ତ୍ରା ଶାସ୍ତ୍ର, ରସାୟନ ଶାସ୍ତ୍ର ଏସବୁ ସେମାନେ ଭାରତରୁ ଶୀକ୍ଷା ଗ୍ରହଣ କରିଥିଲେ ।
ବୁଦ୍ଧିଜିମ
ଚାଇନାରେ ବୁଦ୍ଧିଜିମର ଏକ ବଡ ପ୍ରଭାବ ଦେଖିବାକୁ ମିଳୁଛି ଯାହାର ଉସ୍ତ୍ର ହେଉଛି ଭାରତ ବୋଲି ସେ କହିଥିଲେ । ଆଜକୁ ୨୦୦୦ ବର୍ଷ ପୁର୍ବେ ଚାଇନାର ଶାସକମାନେ ଚାଇନାର ବିଦ୍ୱାନମାନଙ୍କୁ ଭାରତ ପଠାଇଥିଲେ ବୁଦ୍ଧ ଧର୍ମର ସାହିତ୍ୟ ଓ ଧର୍ମ ଗ୍ରନ୍ଥ ଉପରେ ଅଧ୍ୟୟନ କରିବା ପାଇଁ । ଚାଇନାରେ ହନ ଶାସନ ସମୟରେ ସେମାନେ ଭାରତରୁ ଯେଉଁମାନେ ବୁଦ୍ଧଧର୍ମ ବା ଅନ୍ୟ କୌଣସି ଶାସ୍ତ୍ର ଅଧ୍ୟୟନ କରିବା ପାଇଁ ଯିବେ ସେମାନଙ୍କ ପାଇଁ ବୃତି ଦିଆଯିବାର ବ୍ୟବସ୍ଥା ଥିଲା ।
ଧଳା ଘୋଡା ମନ୍ଦିର
ଚାଇନାର ପ୍ରଥମ ବୁଦ୍ଧ ମନ୍ଦିର କୁହାଯାଉଥିବା ଧଳା ଘୋଡା ମନ୍ଦିରର ସ୍ଥାପନା ପଛରେ ଦୁଇ ଜଣ ଭାରତୀୟ ବୁଦ୍ଧ ସାଧୁ ଧର୍ମରତ୍ନ ଓ କଶ୍ୟପ ମାତଙ୍ଗଙ୍କର ଅବଦାନ ବହୁତ ଥିଲା । ହଣ ଶାସକମାନେ ଏହି ମନ୍ଦିରର ସ୍ଥାପନା ସମୟରେ ଭାରତରୁ ମନ୍ଦିର ସ୍ଥାପନା ଶିଖିବା ପାଇଁ ଲୋକ ପଠାଇଥିଲେ ।
ବୋଦ୍ଧିଧର୍ମ
୬ଷ୍ଠ ଓ ୭ମ ଶତାବ୍ଦୀରେ ବୋଦ୍ଧିଧର୍ମ ନାମକ ଜଣେ ସନ୍ଥ ଚାଇନାରେ ଥିବା ବୁଦ୍ଧ ଧର୍ମକୁ ଏକ ନୁଆ ରୂପ ଦେଇଥିଲା ଓ ଚାଇନାରେ ବୋଦ୍ଧିଧର୍ମର ପ୍ରଭାବ ବଢିଲା । ସେ ପ୍ରଚଳନ କରିଥିବା ଧାର୍ମିକ ଆଧ୍ୟାତ୍ମିକତା ମୁଳ ବୁଦ୍ଧ ଧର୍ମଠାରୁ ଅଳ୍ପ ଟିକିଏ ଅଲଗା ଥିଲା । ବୋଦ୍ଧିଧର୍ମ ଥିଲେ ଦକ୍ଷୀଣ ଭାରତର ପଲ୍ଲବ ରାଜ୍ୟର ଜଣେ ରାଜକୁମାର । କାଂଚିପୁରମ ଠାରେ ତାଙ୍କର ଜନ୍ମ ହୋଇଥିଲା ଓ ସେ ରାଜ୍ୟ ଶାସନ ଛାଡି ସନ୍ୟାସି ହୋଇଥିଲେ । ଚାଇନାରେ ଆଜିବି ବୋଦ୍ଧିଧର୍ମଙ୍କୁ ଜଣେ ମହାନ ସାଧୁ ଭାବରେ ମାନ୍ୟତା ଦିଆଯାଏ ।
ଜୁଆନଜଙ୍ଗ
ଜୁଆନଜଙ୍ଗ ହେଉଛନ୍ତି ଆଉ ଜଣେ ପ୍ରସିଦ୍ଧ ଧର୍ମ ପ୍ରଚାରକ ଯିଏ ଚାଇନାରୁ ଭାରତ ଆସି ଏଠାରୁ ଆଧ୍ୟାତ୍ମିକତା, ଧ୍ୟାନ ଆଦି ବିଷୟରେ ଜ୍ଞାନ ଆହରଣ କରିଥିଲେ । ପରେ ଭାରତରୁ ପୁଣି ଚାଇନା ଫେରି ସେଠାରେ ସେ ଜ୍ଞାନ ବିତରଣ କରିଥିଲେ ଓ ଭଗବାନର ମାନ୍ୟତା ପାଇଥିଲେ ।