The Independence:Gandhi-Revenge-Riots-killed-8000-Brahmins

 ଅନେକ ସମୟରେ ଇତିହାସରେ କେବଳ ବଡଲୋକଙ୍କ ପାଇଁ ସାଧାରଣ ଲୋକେ ବିନା ଅପରାଧରେ ବଳି ପଡିଥାନ୍ତି । ମୋଗଲକାଳିନ ଜିହାଦି ନରସଂହାରରୁ ଏସବୁ ଆମେ ଶୁଣି ଆସିଛୁ । କିନ୍ତୁ ସମାଜ ଭିତରେ ରାଜନେତାମାନଙ୍କ ମନରେ ସମାନ ପ୍ରକାରର ହିଂସ୍ର ମାନସିକତା ଯେ ଆଜିଯାଏ ବ ô ରହିଛି ତାହାର ପ୍ରମାଣ ଆମେ ସମୟ ସମୟର ଘଟଣାବଳୀରୁ ସଂଗ୍ରହ କରିପାରିବା । ଇନ୍ଦିରାଗାନ୍ଧିଙ୍କ ହତ୍ୟାପରେ କଂଗ୍ରେସ ଦଳର ଲୋକେ ସାରାଦେଶରେ ପଞ୍ଜାବୀ ବିରୋଧୀ ଗଣସଂହାର ଆରମ୍ଭ କରିଥିଲେ । କେବଳ ନୂଆଦିଲ୍ଲୀରେ ୨୦୦୦ରୁ ଅଧିକ ସଂଖ୍ୟକ ପଞ୍ଜାବୀଙ୍କୁ ସେ ସମୟରେ ହତ୍ୟା କରାଯାଇଥିଲା । କିନ୍ତୁ ଦେଶର କୋଣାନୁକୋଣରେ ଯେଉଁ ନରସଂହାର ହୋଇଥିଲା ସେସବୁର ହିସାବ ସରକାର ରଖିନଥିଲେ, ଯାହା କେବଳ କିଛି ଛୋଟମୋଟ ସମ୍ବାଦ ଆକାରରେ ଦେଶର ଖବରକାଗଜଗୁଡିକରେ ସ୍ଥାନ ପାଇଥିଲା । ସେହି ଘଟଣାକୁ ତତ୍‌କାଳୀନ କଂଗ୍ରେସ ନେତା ରାଜିବ ଗାନ୍ଧି ବଟବୃକ୍ଷର ପତନରେ ପ୍ରତିକ୍ରିୟା ବୋଲି କହିଥିଲେ । ତାଙ୍କ ମତରେ ତାହାଥିଲା ସ୍ୱାଭାବିକ । ଦେଶ ବିଭାଜନ ପୂର୍ବରୁ ମୁସଲିମ ଲିଗର ନେତାମାନେ ଯେମିତି ନରସଂହାରରେ ମାତିଥିଲେ ଠିକ୍ ସେମିତି ଗାନ୍ଧିଜୀଙ୍କ ହତ୍ୟାପରେ ରେକର୍ଡ ସଂଖ୍ୟାରେ ଗଣହତ୍ୟା କରିଥିଲେ । ସ୍ୱାଧୀନତା ପରକାଳରେ କେନ୍ଦ୍ର ଓ ଅଧିକାଂଶ ରାଜ୍ୟରେ କଂଗ୍ରେସ ସରକାର ଥିବାରୁ ଗଣମାଧ୍ୟମକୁ ନିୟନ୍ତ୍ରିତ କରି ସେହି କୁକୃତ୍ୟକୁ ଲୁଚାଇବାକୁ ପ୍ରୟାସ କରାଯାଇଥିଲା । ସ୍ୱାଧୀନତା ପର କାଳର ପ୍ରଥମ ସନ୍ତ୍ରାସବାଦୀ ଭାବେ ନାଥୁରାମ ଗୋଡସେଙ୍କୁ କଂଗ୍ରେସ ଦଳ ଚିତ୍ରିତ କରିବାକୁ ଭୁଲି ନଥିଲା । କିନ୍ତୁ ଗାନ୍ଧିହତ୍ୟାର ପ୍ରତିହିଂସାରେ ଜଳୁଥିବା କଂଗ୍ରେସ ଦଳର ଲୋକେ ନାଥୁରାମ ଯେଉଁ ଚି ପାବନ ବ୍ରାହ୍ମଣ  ବର୍ଗର ଥିଲେ ସେହି ବର୍ଗର ଲୋକମାନଙ୍କୁ ଖୋଜି ଖୋଜି ହତ୍ୟା କରାଯାଇଥିଲା । ଲୋକମାନଙ୍କର ଘର ପୋଡି ଧ୍ୱଂସ କରାଯାଇଥିଲା । ସେହି ବର୍ଗର ବ୍ରାହ୍ମଣମାନଙ୍କୁ ଚାକିରିରୁ ବାହାର କରିବା ଲାଗି ସାମାଜିକ ସ୍ତରରେ କଂଗ୍ରେସ ଲୋକେ ପ୍ରଚାର ଅଭିଯାନ ଚଳାଇଥିଲେ ।  ଏପରିକି ଏହି ବର୍ଗର ଲୋକଙ୍କୁ ଘର ଭଡାରେ ରଖିଥିବା ଲୋକେ ଭୟରେ ଘରର ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବାହାର କରିଦେଇଥିଲେ ।

ବିରଳା ହାଉସ ପ୍ରାର୍ଥନା ସଭାରେ ୩୦ଜାନୁଆରୀ ୧୯୪୮ରେ ଗାନ୍ଧିଜୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ଘଟଣାର ଅଳ୍ପ କେଇଘ । ପରେ ସମଗ୍ର ମହାରାଷ୍ଟ୍ରରେ ହିଂସାକାଣ୍ଡ ବ୍ୟାପିଯାଇଥିଲା, ଯାହା ପରବ ର୍ୀ ୪/୫ଦିନ ପର୍ଯ୍ୟନ୍ତ ଚାଲୁ ରହିଥିଲା । କଂଗ୍ରେସର ଲୋକେ ସେହି ସଂଗଠିତ ହିଂସାକାଣ୍ଡର ନେତୃତ୍ୱ ନେଇଥିଲେ । ସେମାନଙ୍କୁ ଜୈନ, ଲିଙ୍ଗାୟତ ଏବଂ ଅନ୍ୟାନ୍ୟ ବ୍ରାହ୍ମଣ ବିରୋଧୀ ଗୋଷ୍ଠୀ ସାହାଯ୍ୟ କରିଥିଲେ । ଚି ପାବନ ବ୍ରାହ୍ମଣମାନଙ୍କର ଘରଦ୍ୱାର ସମେତ କଳକାରଖାନାଗୁଡିକୁ ମଧ୍ୟ ନିଆଁରେ ପୋଡି ନଷ୍ଟ କରିଦିଆଯାଇଥିଲା । କଂଗ୍ରେସ ଲୋକେ ସେଥିପାଇଁ କିରୋସିନ, ତେଲ ଡବା ସହ ଲୁହା ରଡ ଏବଂ ଦିଆସିଲି ଧରି ଗଳିକୁ ଗଳି ବୁଲି ବୁଲି ବ୍ରାହ୍ମଣମାନଙ୍କ ଘରେ ଅଗ୍ନି ସଂଯୋଗ କରୁଥିଲେ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ରାଷ୍ଟ୍ରବାଦୀ ହିନ୍ଦୁନେତା ବିନାୟକ ଦାମୋଦର ସାବରକରଙ୍କ ଭାଇ ବୀର ନାରାୟଣ ସାବରକରଙ୍କୁ ପଥରମାଡ କରି ହତ୍ୟା କରାଯାଇଥିଲା । ନାରାୟଣ ସାବରକର ସ୍ୱାଧୀନତା ସଂଗ୍ରାମରେ ଭାଇ ବିନାୟକ ଦାମୋଦରଙ୍କ ବଡ ସହାୟକ ଥିଲେ । ଉକ୍ତ ହିଂସାକାଣ୍ଡରେ ମରାଠାମାନେ ଅଧିକ ସଂଖ୍ୟାରେ ସାମିଲ ଥିଲେ । ସାବରକର ଭାଇ ନାରାୟଣଙ୍କ ମୃତ୍ୟୁରେ ଲେଖିଥିଲେ,  “ଭାରତ ପାଇଁ ସେ ଅବିରତ କାର୍ଯ୍ୟ କରିଥିଲେ । ଲୋକମାନଙ୍କ କଲ୍ୟାଣ ପାଇଁ ସେ କାର୍ଯ୍ୟ କରୁଥିଲେ । ଇଂରେଜମାନଙ୍କ ବିରୁଦ୍ଧରେ ସେ ସଂଘର୍ଷ କରୁଥିଲେ । ଭାରତମାତାଙ୍କ ମୁକ୍ତି ପାଇଁ ସେ ଲଢିଥିଲେ । ଯେଉଁମାନଙ୍କ ପାଇଁ ସେ ଏକଦା ଲଢିଥିଲେ, ସେହି ଭାଇମାନଙ୍କ ପଥର ମାଡରେ ତାଙ୍କର ମୃତ୍ୟୁ ହୋଇଛି ।”

ଗାନ୍ଧିହତ୍ୟାର ପ୍ରତିହିଂସା ସ୍ୱରୂପ ମହାରାଷ୍ଟ୍ରରେ କୋହ୍ଲାପୁର, ସୋଲାପୁର, ସତାରା, ସାଙ୍ଗଲୀ, ପୁନେ ଆଦି ଜିଲ୍ଲାଗୁଡିକରେ ଚି ପାବନ ବ୍ରାହ୍ମ୍‌ଣମାନେ ମୁଖ୍ୟତଃ ଟାର୍ଗେଟ ହୋଇଥିଲେ । ସେହି ହିଂସାକାଣ୍ଡରେ ଅନେକ ଲୋକେ ମୃତ୍ୟୁବରଣ କରିଥିଲେ । ଗୃହଦାହ ପରେ ବ ôଥିବା ଲୋକେ ଗ୍ରାମଛାଡି ଅନ୍ୟରାଜ୍ୟକୁ ପଳାୟନ କରିଥିଲେ । କେବଳ ସତାରା ଜିଲ୍ଲାରେ ୧୦୦୦ରୁ ଅଧିକ ସଂଖ୍ୟକ ଗୃହଦାହ ହୋଇଥିବା ବିଷୟ ସରକାରୀ ରେକର୍ଡରେ ରହିଛି । ଗୋଡ୍‌ସେ ସାଂଜ୍ଞାଥିବା ଲୋକମାନଙ୍କୁ ଖୋଜି ଖୋଜି ଲୋକେ ହତ୍ୟା କରିଥିଲେ । ତାହା ଥିଲା ସ୍ୱାଧୀନ ଭାରତର ପ୍ରଥମ ଜାତିଭି ିକ ଗଣହତ୍ୟା ।

ସେହି ଗଣହତ୍ୟାରୁ ବ ôଯାଇଥିବା ବ୍ୟକ୍ତିମାନେ ପରବ ର୍ୀ କାଳରେ ସେମାନଙ୍କ ଅନୁଭୂତିକୁ ସାଧାରଣରେ ପ୍ରକାଶ କରିଛନ୍ତି । ସତାରାର ଅରବିନ୍ଦ କୋହ୍ଲଟକର ସେମାନଙ୍କ ଭିତରୁ ଜଣେ । ପୁନେଠାରୁ ପ୍ରାୟ ୧୧୦କିମି ଦୂରରେ ଥିଲା ତାଙ୍କର ଘର । ତାଙ୍କର ପରିବାର ଏକ ଅଣବ୍ରାହ୍ମଣ ଜନବସତି ମଧ୍ୟରେ ରହିଥିଲେ । ହିଂସାକାରୀମାନେ ଘର ଆସବାବପତ୍ର, ଛାପା ମେସିନ, ଟାଇପ ରାଇଟର ଆଦି ସବୁକିଛିକୁ ସଂଗଠିତ ଢଙ୍ଗରେ କିପରି ନଷ୍ଟ କରିଥିଲେ ସେ ବିଷୟରେ ସେ ଟିକିନିଖି ବର୍ଣ୍ଣନା କରିଛନ୍ତି ।

କହିବାକୁ ଗଲେ ସ୍ୱାଧୀନତା ସଂଗ୍ରାମରେ  ଚି ପାବନ ବ୍ରାହ୍ମଣମାନେ ବେଶ୍ ଆଗରେ ଥିଲେ । ମହାଦେବ ରାନାଡେ, ଗୋପାଳକୃଷ୍ଣ ଗୋଖଲେ, ଲୋକମାନ୍ୟ ବାଲଗଙ୍ଗାଧର ତିଳକ, ବିନାୟକ ଦାମୋଦର ସାବରକର ଆଦି ସମସ୍ତେ ଥିଲେ ଏହି ବର୍ଗର ଅନ୍ତର୍ଗତ । କେବଲ ସେତିକି ନୁହେଁ ମରାଠା ସାମ୍ରାଜ୍ୟର ମେରୁଦଣ୍ଡ ସାଜିଥିବା ପେଶୱାମାନେ ଥିଲେ ଚି ପାବନ ବ୍ରାହ୍ମଣ । ମହାରାଷ୍ଟ୍ରରେ ଏପରି ଅନେକ ଗୋଷ୍ଠୀ ରହିଥିଲେ, ଯେଉଁମାନେ ପେଶୱାମାନଙ୍କର ଏହି ପ୍ରତିଷ୍ଠାକୁ ଧ୍ୱଂସ କରିବା ଲାଗି ମନେ ମନେ ସ୍ଥିର କରିଥିଲେ । ଗାନ୍ଧିଙ୍କ ମୃତ୍ୟୁ ସେମାନଙ୍କ ପାଇଁ ବିଲେଇ କପାଳକୁ ଶିକା ଛିଡିବା ପରି  ସୁଯୋଗ ଆଣିଦେଇଥିଲା । ସେମାନେ ମଧ୍ୟ ସଂଗଠିତ ଢଙ୍ଗରେ ପେଶୱାମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଲେ ।

ନାଥୁରାମଙ୍କ ଭାଇ ଗୋପାଳ ଗୋଡସେଙ୍କ  ଝିଅ ହିମାନୀ ସାବରକର ନାରାୟଣ ସାବରକରଙ୍କ ବୋହୂ ଥିଲେ । ପେସାରେ ଜଣେ ଆର୍କିଟେକ୍ଟ ହେଲେ ମଧ୍ୟ ହିମାନୀଙ୍କ ମାଧ୍ୟମରେ ଦୁଇ ପରିବାର ମଧ୍ୟରେ ଗଭୀର ସଂପର୍କ ରହିଥିଲା, ଯାହା କଂଗ୍ରେସର ଲୋକମାନଙ୍କୁ ଆଦୌ ଭଲ ଲାଗୁନଥିଲା । ତେଣୁ ନାଥୁରାମଙ୍କୁ ବିରୋଧ କରିବା ଆଳରେ ସେମାନେ ଗତ ୭୫ବର୍ଷ କାଳ କେବଳ ସାବରକରଙ୍କୁ  ହିନ୍ଦୁବାଦୀ ଗାନ୍ଧି ହତ୍ୟାକାରୀ କହି ସମାଲୋଚନା କରିଆସିଛନ୍ତି । ହେଲେ ସାବରକର ଥିଲେ ମହାନ କ୍ରାନ୍ତିକାରୀ ନେତା । ୧୯୦୪ରେ ସେ ‘ଅଭିନବ ଭାରତ’ ନାମରେ ଏକ କ୍ରାନ୍ତିକାରୀ ସଂଗଠନ ଗଢିଥିଲେ । ୧୯୫୨ରେ ସେ ଅଭିନବ ଭାରତକୁ ବନ୍ଦ କରିଦେଇଥିଲେ । ଅଖିଳ ଭାରତୀୟ ହିନ୍ଦୁ ମହାସଭାର ସେ ଥିଲେ ପ୍ରାଣ ପ୍ରତିଷ୍ଠାତା । ଉତ୍କଳମଣି ଗୋପବନ୍ଧୁ ଦାସ ଏହି ସଂଗଠନର ଓଡିଶା ଶାଖାର ସଭାପତି ଦାୟିତ୍ୱ ନେଇଥିଲେ । ସାବରକର ଅଭିନବ ଭାରତ ମାଧ୍ୟମରେ ବ୍ରିଟିସ ବିରୋଧୀ ସଶସ୍ତ୍ର ସଂଗ୍ରାମ ଆରମ୍ଭ କରିଥିଲେ । ୨୦୦୬ରେ ଏହି ସଂଗଠନକୁ ସେନାଧିକାରୀ ଲେଫ୍ଟନା ପ୍ରସାଦ ପୁରୋହିତଙ୍କ ସମେତ ଅନ୍ୟମାନେ ପୁନର୍ବାର ଆରମ୍ଭ କରିବା ପରେ କଂଗ୍ରେସ ଦଳର ଟାର୍ଗେଟକୁ ଆସିଥିଲେ । ମାଲେଗାଁ ବୋମା ବିସ୍ପୋରଣ ଘଟଣାରେ ପୁରୋହିତଙ୍କୁ ଗିରଫ କରାଯାଇଥିଲା । ସେତେବେଳେ ମହାରାଷ୍ଟ୍ର ସ୍ପେଶାଲ ଟାସ୍କ ଫୋର୍ସ ହିମାନୀଙ୍କ ବୟାନକୁ ରେକର୍ଡଭୁକ୍ତ କରିଥିଲେ । କାରଣ ସଂଗଠନର ସେ ଥିଲେ ଅଧ୍ୟକ୍ଷା । ଇସଲାମିକ ସନ୍ତ୍ରାସବାଦକୁ କେବଳ ପୁଲିସ କିମ୍ବା ସେନା ଦ୍ୱାରା ନୁହେଁ ହିନ୍ଦୁମାନେ ପ୍ରଚଣ୍ଡ ବିରୋଧ କରିବା ଆବଶ୍ୟକ ବୋଲି ସେ କହୁଥିଲେ । ଦେଶରେ ବଢୁଥିବା ଇସଲାମିକ ସନ୍ତ୍ରାସବାଦୀଙ୍କ ବିସ୍ପୋରଣଜନିତ କାଣ୍ଡକୁ ଦେଖି ହିନ୍ଦୁମାନେ ହାତଗୋଡଯାକି ବସିରହିବା ଅନୁଚିତ ବୋଲି ସେ କହୁଥିଲେ । କ ।କୁ କ ।ରେ କଢାଯିବା ଦରକାର ବୋଲି ତାଙ୍କର କଠୋର ମତ ଥିଲା । ହିମାନୀଙ୍କ ପରିବାର ପିତ୍ରାଳୟରୁ ଶ୍ୱଶୁରାଳୟ ପର୍ଯ୍ୟନ୍ତ ଚି ପାବନ ବ୍ରାହ୍ମଣ ହୋଇଥିବା ଯୋଗୁ କଂଗ୍ରେସର ଟାର୍ଗେଟରେ ରହିଆସିଛନ୍ତି । ଗାନ୍ଧି ହତ୍ୟା ପରେ କଂଗ୍ରେସ ସରକାର  ଯେପରି ସାବରକରକୁ ଗିରଫ କରି ଜେଲରେ ଭ ର୍ି କରିଥିଲେ,  ପରେ ସେମିତି ହିମାନୀଙ୍କ ସହଯୋଗୀଙ୍କୁ ମଧ୍ୟ କରିଥିଲେ । କିନ୍ତୁ ଜଣେ ବ୍ୟକ୍ତିର ହତ୍ୟାରେ ପ୍ରତିଶୋଧ ନେବାପାଇଁ  ୮୦୦୦ ବ୍ୟକ୍ତିଙ୍କ ଗଣହତ୍ୟା  ସ୍ୱାଧୀନ ଭାରତର ଏକ କଳଙ୍କିତ ଅଧ୍ୟାୟ ବୋଲି କହିବାକୁ ହେବ ।

Author Image

Soumendra Jena

Recent Posts

The Independence:ପାଣ୍ଡିଆନଙ୍କ-ରାଜନୈତିକ-ଅଭିଳାଷକୁ-ଚରିତାର୍ଥ-କରିବା-ପାଇଁ-ବିଜେଡିର-ମ୍ୟାନିଫେଷ୍ଟୋ-ଆସିଛି-ଅନିଲ-ବିଶ୍ୱାଳ

ପାଣ୍ଡିଆନଙ୍କ-ରାଜନୈତିକ-ଅଭିଳାଷକୁ-ଚରିତାର୍ଥ-କରିବା-ପାଇଁ-ବିଜେଡିର-ମ୍ୟାନିଫେଷ୍ଟୋ-ଆସିଛି-ଅନିଲ-ବିଶ୍ୱାଳ

The Independence:Prime-Minister-Modi-will-come-to-Odisha-tomorrow

କାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

The Independence:Naveen-Bishnudev-Sai-has-not-done-anything-new-for-the-development-of-Odisha

ଓଡ଼ିଶାର ବିକାଶ ପାଇଁ ନୂଆ କିଛି କରିନାହାନ୍ତି ନବୀନ –ବିଷ୍ଣୁଦେବ ସାଏ

The Independence:Union-Ministers-response-to-allegations-of-BJP-breaking-BJD

ବିଜେଡିକୁ ବିଜେପି ଭାଙ୍ଗି ଦେବା ଅଭିଯୋଗ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

The Independence:BJP-delegation-met-the-Chief-Electoral-Officer-of-the-state

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:The-Union-Minister-went-door-to-door-in-Sambalpur

ସମ୍ବଲପୁରରେ ଘର ଘର ବୁଲି ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

The Independence:Hundreds-of-BJJ-leaders-and-workers-from-Bari-constituency-joined-the-BJP

ବରୀ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ ବିଜେପିରେ ଯୋଗ ଦେଲେ

The Independence:BJP-delegation-met-the-Chief-Electoral-Officer-of-the-state

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:PMs-press-conference-in-Sambalpur-with-Modi-guarantee-and-Odisha-resolution-letter

ମୋଦୀ ଗ୍ୟାରେଣ୍ଟି ଏବଂ ଓଡ଼ିଶା ସଂକଳ୍ପ ପତ୍ର ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ୍

The Independence:BJG-government-will-end-Baijayant-Panda

ବିଜେଡି ସରକାରର ଅନ୍ତ ହେବ: ବୈଜୟନ୍ତ ପଣ୍ଡା

The Independence:BJC-candidate-Pranab-Das-showed-2-in-Arts-in-2009-while-science-student-showed-2-in-2024-is-ridiculous-Thachanambar-Acharya

ବିଜେଡି ପ୍ରାର୍ଥୀ ପ୍ରଣବ ଦାସ ସତ୍ୟପାଠରେ ୨୦୦୯ରେ +୨ କଳା ଦେଖାଇଥିବା ବେଳେ ୨୦୨୪ରେ +୨ ବିଜ୍ଞାନ ଛାତ୍ର ଦେଖାଇବା ହାସ୍ୟାସ୍ପଦ: ପିତାମ୍ବର ଆଚାର୍ଯ୍ୟ

The Independence:Union-Minister-in-Sambalpur-at-the-merger-festival

ସମ୍ବଲପୁରରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ

The Independence:ରାଜ୍ୟ-ମୁଖ୍ୟ-ନିର୍ବାଚନ-ଅଧିକାରୀଙ୍କୁ-ଭେଟିଲା-ବିଜେପି-ପ୍ରତିନିଧିମଣ୍ଡଳୀ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:June-4-Expiry-date-of-BJG-Govt---Prime-Minister

ଜୁନ୍ ୪ ବିଜେଡି ସରକାରର ଏକ୍ସପାୟରୀ ଡେଟ୍ – ପ୍ରଧାନମନ୍ତ୍ରୀ

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Cow-Slaughtering-Beef-Smuggling-in-Odisha-High

Odisha : ବୃଦ୍ଧି ପାଇବାରେ ଲାଗିଛି ଗୋମାଂସ ଚୋରାଚାଲାଣ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା