ଆଧୁନିକ ଇତିହାସରେ ସବୁଠାରୁ ଭଲ ଘୋଡାବାହିନୀର ଯୁଦ୍ଧ ଭାବରେ ଯାହାକୁ ମାନ୍ୟତା ଦିଆଯାଇଛି ତାହା ହେଉଛି ପ୍ରଥମ ବିଶ୍ୱ ଯୁଦ୍ଧରେ ହୋଇଥିବା ହାଇଫା ଯୁଦ୍ଧ । ସେହି ଯୁଦ୍ଧରେ ବ୍ରିଟିସ ଓ ଭାରତୀୟ ସେନାଙ୍କର ମିଳିତ ବାହିନୀ ଇସ୍ରାଏଲର ହାଇଫା ସହରକୁ ଓଟମାନ ସାମ୍ରାଜ୍ୟଠାରୁ ଛଡାଇ ଆଣିଥିଲେ । ସେହି ଯୁଦ୍ଧରେ ବିଜୟ ଲାଭ କରିବାକୁ କୁହାଯାଏ ପ୍ରଥମ ବିଶ୍ୱ ଯୁଦ୍ଧ ବନ୍ଦ ହେବାର କାରଣ । ଓଟମାନ ସାମ୍ରାଜ୍ୟର ହାଇଫାରେ ହାରିବା ହିଁ ପ୍ରଥମ ବିଶ୍ୱ ଯୁଦ୍ଧ ଶେଷ ହେବାର କାରଣ ଥିଲା ।
ସେହି ଯୁଦ୍ଧରେ ମହିଶୂର ଓ ଯୋଧପୁରର ଘୋଡା ବାହିନୀ ହିଁ ଏହି ଯୁଦ୍ଧରେ ବଡ ଭୂମିକା ନେଇଥିଲା । ସେମାନଙ୍କ ପାଇଁ ହିଁ ଭୟଙ୍କର ଓଟମାନ ସାମ୍ରାଜ୍ୟର ପରାଜୟ ହୋଇଥିଲା । ମହିଶୁର ଘୋଡା ବାହିନୀ ଅଷ୍ଟ୍ରିଆ ସେନା ଉପରେ ଆକ୍ରମଣ କରି ସେମାନଙ୍କୁ ସମର୍ପଣ କରିବା ପାଇଁ ବାଧ୍ୟ କରିଥିଲା । ଅଷ୍ଟ୍ରିଆ ସେନାର ସ୍ୱୟଂଚାଳିତ ବନ୍ଧୁକ ମଧ୍ୟ ସେହି ଘୋଡା ବାହିନୀର କୌଣସି କ୍ଷତି କରିପାରିନଥୀଲା ।
ସେହିଭଳି ଯୋଧପୁର ଲାନସର ନିଜର ଘୋଡାବାହିନୀ ଓ ବନ୍ଧୁକର ସାହାଯ୍ୟରେ ବାହିନୀ ତୁର୍କର ସେନାଙ୍କୁ ପରାଜିତ କରିଥିଲେ । ଯୋଧପୁର ସେନାର ଏହି ବିଜୟ ଫଳରେ ଇସ୍ରାଏଲ ଉପରେ ତୁର୍କୀର ଓଟମାନ ସାମ୍ରାଜ୍ୟର ୪୦୦ ବର୍ଷର ଶାସନର ପରିସମାପ୍ତି ଘଟିଥିଲା ।
ଆଜି ପର୍ଯ୍ୟନ୍ତ ଆଧୁନିକ ବିଶ୍ୱର ଇତିହାସରେ ଏତେ ସଂଖ୍ୟାରେ ଘୋଡା କୌଣସି ଯୁଦ୍ଧରେ ଭାଗ ନେଇନଥିଲେ ଯେତିକି ଅଶ୍ୱ ସେହି ହାଇଫା ଯୁଦ୍ଧରେ ଭାଗ ନେଇଥିଲେ । ବ୍ରିଟିସର ଆର୍ମି ଅଫିସର କ୍ଲାଉଡଙ୍କ ଭାଷାରେ ପ୍ରଥମ ବିଶ୍ୱଯୁଦ୍ଧରେ ବ୍ରିଟିସରମାନଙ୍କ ବିଜୟର ଶ୍ରେୟ ହେଉଛି ଭାରତୀୟମାନଙ୍କର ।
ଦେଶ ସ୍ୱାଧୀନ ହେବା ପରେ ମହିଶୂର ଲାନସରକୁ ଭାରତୀୟ ସେନାରେ ବିଲୟ କରାଯାଇଥିଲା । ଆଜିବି ମହିଶୂର ଲାନସର ସେହି ବିଜୟକୁ ଭାରତୀୟ ସେନା ମନେ ପକାଏ ।
ପ୍ରଥମ ବିଶ୍ୱଯୁଦ୍ଧରେ ବ୍ରିଟିସ ଇଣ୍ଡିଆନ ଆର୍ମୀ ସେତେବେଳେ ଜର୍ମାନୀ, ଆଷ୍ଟ୍ରୋ ହଙ୍ଗେରିଆନ, ଓଟମାନ ସାମ୍ରାଜ୍ୟକୁ ହରାଇଥିଲା । ହେଲେ ଇତିହାସକାର ପ୍ରଥମ ବିଶ୍ୱଯୁଦ୍ଧରେ ସଫଳତାର ସେହି ଶ୍ରେୟକୁ ଭାରତୀୟମାନଙ୍କୁ ଦିଅନ୍ତି ନାହିଁ । ସେହି ସମୟରେ ଭାରତର ଦଶ ଲକ୍ଷ ସୈନିକ ସେହି ଯୁଦ୍ଧରେ ଭାଗ ନେଇଥିଲେ । ହେଲେ ବ୍ରିଟିସରମାନେ କିନ୍ତୁ ଭାରତୀୟ ସୈନ୍ୟମାନଙ୍କର ସେହି ଅବଦାନର କୌଣସି ସମ୍ମାନ ଦେଇନଥିଲେ । ଓଲଟା ସେମାନେ ଭାରତୀୟମାନଙ୍କ ଉପରେ ଟିକସ ବୋଝ ଲଦି ଦେଇଥିଲେ । ଭାରତରେ ଟିକସ ପରିମାଣ ବଢାଇ ଦିଆଗଲା ବ୍ରିଟିସରମାନଙ୍କର ନିଜର କ୍ଷତିକୁ ଭରଣା କରିବା ପାଇଁ । ଭାରତରେ ମରୁଡି ପଡିଥିବା ବେଳେ ସେମାନେ ଭାରତରୁ ଖାଦ୍ୟଶସ୍ୟକୁ ବାହାରକୁ ରପ୍ତାନୀ କରିଦେଉଥିଲେ ।